ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଉଦ୍ୟାନ

Published By : Prameya-News7 Bureau | June 30, 2025 IST

କରଞ୍ଜିଆ ୩୦।୦୬ : ଅନିର୍ଦ୍ଧିଷ୍ଟ କାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ । ମୌସୁମୀ ବର୍ଷା ଯୋଗୁଁ ଜୁଲାଇ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଉଦ୍ୟାନ । କେବଳ ଦିନ ବେଳା ପର୍ଯ୍ୟଟକଙ୍କ ପାଇଁ ବୋଲି ରହିବ ବୋଲି ସୂଚନା ମିଳିଛି ।

ପ୍ରତ୍ୟେକ ବର୍ଷ ମୌସୁମୀ ବର୍ଷା ଲାଗି ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଦିନ ବେଳା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରୁହେ । ଚଳିତ ବର୍ଷ ମଧ୍ୟ ଏହି କଟକଣା ଲାଗୁ କରାଯିବ । ଯାହା ଜୁଲାଇ ୧ ତାରିଖରୁ ଲାଗୁ ହେବ । କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୂଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ।

ସୂଚନାଯୋଗ୍ୟ ଯେ, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ୨୬୦୮୩ ଜଣ ରାଜ୍ୟ ପର୍ଯ୍ୟଟକ, ୧୨୩୮୮ ଜଣ  ରାଜ୍ୟ ବାହାରର ପର୍ଯ୍ୟଟକ, ୧୨ ଜଣ ବିଦେଶୀ ପର୍ଯ୍ୟଟକ ତଥା ମୋଟ ୩୮୪୮୩  ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ  ଆସିଥିଲେ । ବରେହିପାଣି, ଗୁଡୁଗୁଡିଆ, କୁମାରୀ, ଜାମୁଆଣୀ, ରାମତୀର୍ଥ ନେଚର   କ୍ୟାମ୍ପ ପରିଦର୍ଶନ ପାଇଁ ୨୭୫ ଲକ୍ଷ, ଜଙ୍ଗଲ ସଫାରୀ ରାଶି ୧୨୨.୧୫, ପ୍ରବେଶ  ରାଶି ୨୯.୪୮ ଲକ୍ଷ ରାଶି ସଂଗୃହିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.