ନୂଆଦିଲ୍ଲୀ: ମଙ୍ଗଳବାର(ଜୁନ ୩) ରୁପା ଦାମ ଲକ୍ଷେ ଟଙ୍କା ପାର୍ କରିଛି। ସେହିପରି ସୁନା ମୂଲ୍ୟରେ ୧୮୭ ଟଙ୍କା ବୃଦ୍ଧି ହୋଇଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧୮୭ ଟଙ୍କା ବୃଦ୍ଧି ପାଇ ୯୬,୮୬୭ ଟଙ୍କା ହୋଇଛି। ଏହା ପୂର୍ବରୁ ସୁନାର ମୂଲ୍ୟ ୯୬,୬୮୦ ପ୍ରତି ୧୦ ଗ୍ରାମ ଥିଲା। ତେବେ ଏପ୍ରିଲ ୨୧ ତାରିଖରେ ସୁନା ମୂଲ୍ୟ ₹ ୯୯,୧୦୦ର ସର୍ବକାଳୀନ ସର୍ବାଧିକ ବୃଦ୍ଧିର ରେକର୍ଡ ଭାଙ୍ଗିଥିଲା।
ଅନ୍ୟପଟେ ରୂପା ଆଜି ରେକର୍ଡ କରିଛି। ମଙ୍ଗଲବାର ରୁପା ମୂଲ୍ୟରେ ୨,୬୯୯ ଟଙ୍କା ବୃଦ୍ଧି ପାଇ କେଜି ₹ ୧,୦୦,୪୬୦ ଟଙ୍କା ହୋଇଛି। ଗତକାଲି ରୂପାର ମୂଲ୍ୟ କିଲୋଗ୍ରାମ ପିଛା ₹ ୯୭,୭୬୧ ଥିଲା। ତେବେ ୨୮ ମାର୍ଚ୍ଚରେ ରୁପା ₹ ୧,୦୦,୯୩୪ ର ସର୍ବକାଳୀନ ମୂଲ୍ୟ ବୃଦ୍ଧି ରେକର୍ଡ କରିଥିଲା।
ଭୁବନେଶ୍ୱର ସମେତ ୪ ମହାନଗରରେ ସୁନା ମୂଲ୍ୟ
• ଦିଲ୍ଲୀ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦,୯୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୯,୦୬୦ ଟଙ୍କା।
• ମୁମ୍ବାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦,୮୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୯,୦୬୦ ଟଙ୍କା।
• କୋଲକାତା: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦,୮୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୯,୦୬୦ ଟଙ୍କା।
• ଚେନ୍ନାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦,୮୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୯,୦୬୦ ଟଙ୍କା।
• ଭୋପାଳ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୦,୬୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୮,୮୪୦ ଟଙ୍କା।
ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ୨୦,୭୦୫ ଟଙ୍କା ମହଙ୍ଗା ହୋଇଛି। ଚଳିତ ବର୍ଷ ଅର୍ଥାତ୍ ୧ ଜାନୁଆରୀରୁ ଏପର୍ଯ୍ୟନ୍ତ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୬,୧୬୨ ଟଙ୍କାରୁ ୨୦,୭୦୫ ଟଙ୍କା ବୃଦ୍ଧି ପାଇ ୯୬,୮୬୭ ଟଙ୍କା ହୋଇଛି। ସେହି ସମୟରେ, ରାପାର ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୮୬,୦୧୭ ଟଙ୍କାରୁ ୧୪,୪୪୩ ଟଙ୍କା ବୃଦ୍ଧି ପାଇ ୧,୦୦,୪୬୦ ଟଙ୍କା ହୋଇଛି। ସମାନ ଅବଧିରେ ଗତ ବର୍ଷ ଅର୍ଥାତ୍ ୨୦୨୪ରେ, ସୁନା ୧୨,୮୧୦ ଟଙ୍କା ମହଙ୍ଗା ହୋଇଥିଲା।