‘ତାଙ୍କର ନିଜସ୍ୱ କିଛି କାରଣ ଅଛି ' , ରାହୁଲ ଗାନ୍ଧୀଙ୍କ ' ଡେଡ୍‌ ଇକୋନମି' ବିବୃତ୍ତିରେ ଶଶି ଥରୁରଙ୍କ ଟିପ୍ପଣୀ

Published By : Prameya-News7 Bureau | August 02, 2025 IST

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଶଶି ଥରୁର ଶନିବାର କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ଡେଡ୍‌ ଇକୋନମି ଟିପ୍ପଣୀରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ କୌଣସି ଟିପ୍ପଣୀ କରିବେ ନାହିଁ। ସେ କହିଛନ୍ତି ଯେ, ଆମେରିକା ସହ ଭାରତର ବାଣିଜ୍ୟିକ ସମ୍ୱନ୍ଧ ଗୁରୁତ୍ତ୍ୱପୂର୍ଣ୍ଣ  ଏବଂ ଏହା ଉପରେ କୌଣସି ପ୍ରଭାବ ପଡ଼ିବା ଉଚିତ ନୁହେଁ। ଲୋକସଭାରେ ତିରୁଅନନ୍ତପୁରମ୍‌ର ପ୍ରତିନିଧିତ୍ୱ କରୁଥିବା ଥରୁର କହିଛନ୍ତି , ମୁଁ ନିଜର ପାର୍ଟି ନେତାଙ୍କ କଥା ଉପରେ କୌଣସି ଟିପ୍ପଣୀ କରିବାକୁ ଚାହୁଁ ନାହିଁ। ଏମିତି କହିବା ପଛରେ ରାହୁଲ ଗାନ୍ଧୀଙ୍କ ନିଜସ୍ୱ କାରଣ ରହିଛି। ମୋର ଚିନ୍ତା ଏହି କଥାକୁ ନେଇ ଅଧିକ ଯେ , ରଣନୀତିକ ଓ ଆର୍ଥିକ ସହଭାଗିତା ଭାବେ ଆମେରିକା ସହ ଆମର ସଂପର୍କ ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ। 

କଂଗ୍ରେସ ନେତା କହିଛନ୍ତି ଯେ, ଭାରତକୁ ଆମେରିକା ସହ ନିଜର ମଜବୁତ ବାଣିଜ୍ୟିକ ସଂପର୍କକୁ ରକ୍ଷା କରିବା ଉଚିତ୍‌। ସେ ଜୋର ଦେଇ କହିଛନ୍ତି ଯେ, ଆମେରିକା ଦେଶର ସବୁଠୁ ବଡ଼ ରପ୍ତାନୀ ବଜାର ଗୁଡ଼ିକ ମଧ୍ୟରୁ ଗୋଟିଏ, ଯେଉଁଠି ବାର୍ଷିକ ପାଖାପାଖି ୯୦ ବିଲିୟନ ଡଲାରର ସାମଗ୍ରୀ ଯାଇଥାଏ। ସେ ଦାବି କରିଛନ୍ତି ଯେ, ଆମେ ଆମେରିକାକୁ ପାଖାପାଖି ୯୦ ବିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରୁଛେ। ଏଥିପାଇଁ ଆମେ ଏହି ସ୍ଥିତିରେ ରହି ପାରିବା ନାହିଁ ଯେ, ଯେଉଁଠି ଆମେ ଏହାକୁ ହରାଇ ଦେବା ବା ଏଥିରେ ଉଲ୍ଲେଖନୀୟ ହ୍ରାସ ଆସିଯାଉ। କିଛି ଲୋକ କହନ୍ତି ଯେ, ଏହା ଆମର  ଜିଡିପିର କେବଳ ୨ ପ୍ରତିଶତ, କିନ୍ତୁ ଆମର ରପ୍ତାନୀର ପ୍ରତିଶତର ସନ୍ଦର୍ଭରେ , ଆମେରିକା ଆମର ସବୁଠୁ ବଡ଼ ବଜାର ମଧ୍ୟରୁ ଗୋଟିଏ। 

ଅନ୍ୟପଟେ, ଟାରିଫ୍‌ (ଶୁଳ୍କ) ମାମଲାରେ, ଶଶି ଥରୁର ଭାରତର ବାଣିଜ୍ୟ ଆଲୋଚନାକାରୀଙ୍କୁ ସମର୍ଥନ କରି କହିଛନ୍ତି, ଯେବେ ଆମେ ଶୁଳ୍କର ପ୍ରଶ୍ନରେ ବିଚାର କରନ୍ତି , ତ ଆମେ ନିଜର ଆଲୋଚନାକାରୀଙ୍କୁ ଭାରତ ପାଇଁ ଏକ ଉଚିତ ଚୁକ୍ତି କରିବାର ଶକ୍ତି ଓ ସାହସର କାମନା କରିବା ଉଚିତ। ଥରୁର ଆହୁରି କହିଛନ୍ତି , ଆମେ ନିଜର ସାମଗ୍ରୀର ରପ୍ତାନୀ ପାଇଁ ଅନ୍ୟ କ୍ଷେତ୍ର ସହ ମଧ୍ୟ କଥା ହେବା ଉଚିତ । ସେତେବେଳେ ଆମେ ଆମେରିକାରେ ଯାହା କିଛି ହରାଇବା ସ ଏହାର କିଛି ଭରଣା କରିପାରିବା। ଆମକୁ ଆମର ଆଲୋଚନାକାରୀଙ୍କୁ ସମର୍ଥନ କରିବାକୁ ହେବ। 

କହି ରଖୁଛୁ କି , ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତର ନୂଆ ଟାରିଫ୍‌ର ଘୋଷଣା କରି ଭାରତର ଅର୍ଥବ୍ୟବସ୍ଥାକୁ ମୃତ ଦର୍ଶାଇ ବିବାଦ ସୃଷ୍ଟି କରିଥିଲେ। ଏହି ଟିପ୍ପଣୀକୁ ବାଣିଜ୍ୟ ଉତ୍ତେଜନାରେ ତୀବ୍ର ବୃଦ୍ଧି ଭାବେ ଦେଖାଯାଇଛି ଏବଂ ଭାରତୀୟ ରାଜନେତାଙ୍କ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ଆସିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.