ବାଣୀବିହାର ଓଭରବ୍ରିଜ୍ ଉପରେ ସିରିଜ୍ ଦୁର୍ଘଟଣା, କାର୍ ଧକ୍କାରେ ଏକାଧିକ ଆହତ

Published By : Prameya-News7 Bureau | June 14, 2025 IST

ଭୁବନେଶ୍ବର ୧୪।୬: ଭୁବନେଶ୍ବର ବାଣୀବିହାରରେ ସିରିଜ୍ ଦୁର୍ଘଟଣା । ବାଣୀବିହାର ଓଭରବ୍ରିଜ୍ ଉପରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି । କାର୍, ଅଟୋ ଏବଂ ବାଇକ୍‌କୁ ଧକ୍କା ଦେଇଛି ଅନ୍ୟ ଏକ କାର୍ । ଏକାଧିକ ଗାଡ଼ିକୁ କାର୍‌ଟି ଧକ୍କା ଦେଇଥିବା ଦେଖିବାକୁ ମିଳିଛି । ତେବେ ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଚାଳକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଧରିଥିଲେ ।ସଂପୃକ୍ତ କାର୍ ଚାଳକଙ୍କୁ ଗୋଡାଇ ଗୋଡାଇ ସହିଦନଗର ଥାନା ସମ୍ମୁଖରେ କାବୁ ଲୋକେ । ଏକାଧିକ ଆହତଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଲେ ଲୋକେ । ଘଟଣାସ୍ଥଳରେ ସହିଦ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ଶୁଦ୍ଧିକ୍ରିୟା ଭୋଜି ଖାଇ ୬୪ ଜଣ ଅସୁସ୍ଥ, ଗାଁରେ ପହଞ୍ଚିଲେ ଡାକ୍ତରୀ ଟିମ୍


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.