ଦିଲ୍ଲୀରେ ପୁଣି ଜୀବନ ନେଲା କରୋନା ! ୨୪ ଘଣ୍ଟାରେ ୨ ରୋଗୀଙ୍କ ମୃତ୍ୟୁ ; ୧୩୩ ଟି ନୂଆ ମାମଲା

Published By : Prameya-News7 Bureau | May 31, 2025 IST

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ମାମଲାରେ ପୁଣି ଥରେ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ କରୋନା ଭାଇରସର ୧୩୩ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୨ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ସେପଟେ , ୫୨ ରୋଗୀ ସଂକ୍ରମଣ ମୁକ୍ତ ହୋଇଛନ୍ତି। ଏହାସହ ସକ୍ରିୟ ମାମଲାର ମୋଟ ସଂଖ୍ୟା ବୃଦ୍ଧି ପାଇ ୩୭୫ ହୋଇଛି। 

ଦିଲ୍ଲୀରେ କୋଭିଡ-୧୯ରେ ସଂକ୍ରମିତ ଆଉ ଏକ ରୋଗୀଙ୍କ ମୃତ୍ୟୁ ହୋଇଛି। ୭୧ ବର୍ଷିୟ ଏହି ରୋଗୀ ନିମୋନିଆ, ଆକ୍ୟୁଟ୍‌ କିଡନୀ ଫେଲିୟର ଓ ସେପ୍ଟିକ୍‌ ସକ୍‌ରେ ପୀଡ଼ିତ ଥିଲେ। ଏହା ପୂର୍ବରୁ ଦିଲ୍ଲୀରେ କୋଭିଡ-୧୯ରେ ପୀଡ଼ିତ ୬୦ ବର୍ଷିୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ସାରିଛି।

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଶନିବାର କହିଛନ୍ତି ଯେ , ମୃତକ ମହିଳାଙ୍କର ବୟସ ୬୦ ବର୍ଷ ଥିଲା। ସେ ମୂଳତଃ ଅନ୍ତନଳୀରେ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନେ କହିଛନ୍ତି ଯେ, ରୋଗୀଙ୍କ ସ୍ଥିତି ପୂର୍ବାପେକ୍ଷା ଗୁରୁତର ଥିଲା ଏବଂ ଚିକିତ୍ସା ବେଳେ ତାଙ୍କ ଠାରେ କରୋନା ସଂକ୍ରମଣ ସ୍ପଷ୍ଟ ହୋଇଥିଲା।

ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ , ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଲୋକଙ୍କୁ ଏବେ ବି ସତର୍କ ରହିବାର ଆବଶ୍ୟକତା ଅଛି। ମାସ୍କ ପିନ୍ଧିବା , ହାତ ଧୋଇବା ଓ ଭିଡ଼ରୁ ଦୂରେଇ ରହିବା ଭଳି ସାବଧାନତା ଅବଲମ୍ୱନ କରିବା ଉଚିତ୍‌। ଦିଲ୍ଲୀ ସରକାର ଲଗାତାର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଆବଶ୍ୟକ ନୀତି ନିର୍ଦ୍ଦେଶର ପାଳନ କରିବାକୁ ଅପିଲ କରାଯାଉଛି।

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ପଙ୍କଜ ସିଂହଙ୍କ କହିବାନୁସାରେ , ଲୋକଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ , ଦିଲ୍ଲୀ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ସେ କହିଛନ୍ତି , କରୋନାର ନୂଆ ସ୍ୱରୂପ ଯୋଗୁଁ ହେବାକୁ ଥିବା କୋଭିଡ୍‌ରେ କେବଳ ‘ଭାଇରାଲ ଜ୍ୱର’ର ଲକ୍ଷଣ ରହିଛି ଏବଂ ସେମାନଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବେ ହସ୍ପିଟାଲ ପଠାଯାଇଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.