ବଣାଇ ୧୪।୦୬ : ସର୍ଚ୍ଚ ଅପରେସନ ବେଳେ ଆଇଇଡି ବ୍ଲାଷ୍ଟ ।ସୁନ୍ଦରଗଡ଼ କେ.ବଳଙ୍ଗା ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି । ଯେଉଁଥିରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ହୋଇଥିବା ଜଣାପଡିଛି । ଏହାପରେ ଗୁରୁତର ସିଆରପିଏଫ୍ ଯବାନଙ୍କୁ ଏଆରଲିଫ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଆଇଇଡି ବିସ୍ଫୋରଣ ପରେ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଖବର ଅନୁଯାୟୀ, ଗତ ୨୭ ତାରିଖରୁ ବିସ୍ଫୋରକ ଲୁଟ୍ ଘଟଣାରେ ଜଙ୍ଗଲରେ ଚାଲିଥିଲା କୁମ୍ବିଂ ଅପରେସନ। ଏହିକ୍ରମରେ ଶନିବାର ଦିନ ଭୋର ସମୟରେ ମାଓବାଦୀଙ୍କ ପକ୍ଷରୁ ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ସିଆରପିଏଫର ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ରାଉରକେଲା ଅଣାଯାଇଛି। ଗତ ମାସ ୨୭ ତାରିଖରେ ବାଙ୍କୋ ପଥର ଖାଦାନରୁ ମାଓବାଦୀମାନେ ୫ ଟନ ବିସ୍ଫୋରକ ଲୁଟି ନେଇଥିଲେ। ଏହାପରେ ଉଭୟ ରାଜ୍ୟର ପୁଲିସ୍ ଏବଂ ସୁରକ୍ଷବାହିନୀ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଶୁକ୍ରବାର ରାତିରୁ ସରଣ୍ଡା ଜଙ୍ଗଲର ବାଙ୍କୋ ଓ ଏହାର ଆଖପାଖ ଜଙ୍ଗଲରେ ସିଆରପିଏଫ, କୋବ୍ରା, ଏସଓଜି, ଡିଭିଏଫ, ଜାଗୁଆର ବାହିନୀର ଯବାନମାନେ ଅପରେସନ ଚଳାଇ ଥିଲେ । ଶନିବାର ଭୋର ସମୟରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।