ପୂର୍ବ ଶତ୍ରୁତାର କରୁଣ ପରିଣତି, ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା

Published By : Prameya-News7 Bureau | July 11, 2025 IST

ବିନିକା ୧୧/୦୭: ସରପଞ୍ଚଙ୍କୁ ସ୍ୱାମୀଙ୍କୁ ନିର୍ମମ ହତ୍ୟା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କେନ୍ଦୁପାଲି ନିକଟରେ ଘଟିଛି ଏହି ଘଟଣା । ତେବେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ହୋଇଛି ଅଭିଯୋଗ । ମୃତକ ହେଉଛନ୍ତି ବଲ୍ଲଭ କ୍ଷେତୀ । 

ସୂଚନା ଥାଉକି, ବଲ୍ଲଭ ରାତିରେ କେନ୍ଦୁପାଲି ରାସ୍ତାରେ ଯିବାବେଳେ କିଛି ଅସାମାଜିକ ଲୋକେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ  । ରକ୍ତଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବଶତ୍ରୁତାରୁ କେହି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି  ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.