ମୁମ୍ବାଇ: ବଲିଉଡ୍ରେ ମାତିଛନ୍ତି ଠକ। ସିନେମାରେ ଅଭିନୟ ଦେବାକୁ କହି ସାଜୁଛନ୍ତି ନକଲି ଏଜେଣ୍ଟ। ଟଙ୍କା ଠକିବା ସହ ଯୁବତୀ ଚାଲାଣ ଭଳି କାର୍ଯ୍ୟ ବି ହେଉଛି। ମାୟାନଗରିର ସୁନେଲି ସ୍ୱପ୍ନ ନେଇ ସିନେମାରେ କ୍ୟରିୟର ଗଢ଼ିବାକୁ ମୁମ୍ବାଇ ଆସୁଥିବା ଯୁବକ ଯୁବତୀ ଠକାମୀରେ ଶିକାର ହେଉଛନ୍ତି।
ବଲିଉଡ ଦବଙ୍ଗ ଖାନ ସଲମାନ ଖାନ୍ଙ୍କ ନାଁରେ ବି ଚାଲିଛି ଅନେକ ଠକେଇ। ଠକମାନେ ତାଙ୍କ ନାଁ ସହିତ ପ୍ରଡକ୍ସନ ହାଉସ୍ ଏସ୍କେଏମ୍ର ନାଁ ବ୍ୟବହାର କରି ଲୋକଙ୍କୁ ଠକୁଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସଲ୍ମାନ ଖାନ୍ଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଖୋଦ୍ ସଲମାନ ଖାନ୍ ଆଜି(ଜୁଲାଇ ୧୭) ଟ୍ୱିଟ୍ କରି ଏଭଳି ଠକଙ୍କ ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି।
ପଢନ୍ତୁ-ପତ୍ନୀ କ୍ୟାଟ୍ରିନାଙ୍କ ସହ ସମୁଦ୍ର କୂଳରେ ରୋମାଣ୍ଟିକ୍ ହେଲେ ଭିକି, ଏମିତି ସେଲିବ୍ରେଟ୍ କଲେ ଅଭିନେତ୍ରୀଙ୍କ ବର୍ଥଡେ
wp:embed {"url":"https://twitter.com/BeingSalmanKhan/status/1680847129617780736?s=20","type":"rich","providerNameSlug":"twitter","responsive":true} /wp:embedସଲମାନ ଟ୍ୱିଟ୍ କରି ଲେଖିଛନ୍ତି “ସ୍ପଷ୍ଟ କରାଯାଉଛି ଯେ ନା ସଲମାନ ଖାନ୍ ନା ସଲମାନ ଖାନ ଫିଲ୍ମ ପକ୍ଷରୁ ବର୍ତ୍ତମାନ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରାଯାଉ ନାହିଁ। ଭବିଷ୍ୟତରେ ତିଆରି କରିବାକୁ ଯାଉଥିବା କୌଣସି ବି ଫିଲ୍ମ ପାଇଁ ଆମେ କୌଣସି କାଷ୍ଟିଂ ଏଜେଣ୍ଟକୁ ନିଯୁକ୍ତି ଦେଇ ନାହୁଁ। ତେଣୁ ଏହି ପ୍ରସଙ୍ଗରେ ଆପଣଙ୍କୁ ଆସୁଥିବା ମେସେଜି କିମ୍ବା ଇ-ମେଲ୍ ଉପରେ ଆଦୌ ଭରସା କରନ୍ତୁ ନାହିଁ। ଯଦି କୌଣସି ପାର୍ଟି ମିଷ୍ଟର ଖାନ୍ କିମ୍ବା ଏସ୍କେଏଫ୍ର ନାଁ ବେଆଇନ ଭାବେ ବ୍ୟବହାର କରିବାରେ ଧରାପଡ଼ିଲେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।”
ଶେଷଥର ପାଇଁ ସଲମାନ ଖାନ୍ ‘କିସି କା ଭାଇ କିସି କି ଜାନ୍’ ଫିଲ୍ମରେ ନଜର ଆସିଥିଲେ। ତେବେ ବର୍ତ୍ତମାନ ସେ କ୍ୟାଟ୍ରିନାଙ୍କ ସହିତ ଟାଇଗର-୩ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଟାଇଗର-୩ ଫିଲ୍ମ ଟି ୟଶ ରାଜ୍ ଫିଲ୍ମ ପ୍ରଯୋଜନାରେ ହୋଇଛି। ଚଳିତ ବର୍ଷ ଦୀପାବଳିରେ ଫିଲ୍ମଟି ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।
ପଢ଼ନ୍ତୁ-ବ୍ରେନ୍ ଷ୍ଟ୍ରୋକ୍ ପରେ ରାହୁଲ ରୟଙ୍କ ହସ୍ପିଟାଲ ବିଲ୍ ଭରିଥିଲେ ଭାଇଜାନ୍, କହିଲେ-ହୃଦୟର ସହ ତାଙ୍କୁ ଧନ୍ୟବାଦ