ସାଲେପୁର: ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ । ମୃତ ଯୁବକଙ୍କ ନାମ ସୁନୀଲ କୁମାର ମହାରଣା । ଏହି ଘଟଣା ଘଟିବାର କିଛି ସମୟ ପୂର୍ବରୁ ଷ୍ଟେସନ ବସି ସୁନୀଲ ଏକ ଭିଡିଓ କରିଥିଲେ । ଯାହାକୁ ନେଇ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।
ସାଲେପୁର ଥାନା ଅନ୍ତର୍ଗତ ଛାଣିପୁର ପଞ୍ଚାୟତ ଅଧିନସ୍ତ ସାତବାଟି ଗ୍ରାମର ମାଧବାନନ୍ଦ ମହାରଣାଙ୍କ ଏକ ମାତ୍ର ପୁଅ ସୁନୀଲ କୁମାର ମହାରଣା । ସେ ଭୁବେନେଶ୍ୱରରେ ଏକ ଟ୍ରାଭେଲ ଏଜେନ୍ସି କରିଥିଲେ । କୌଣସି କାରଣକୁ ନେଇ ସୁନୀଲ ମାନସିକ ଭାରସାମ୍ୟ ହରାଇ ମଞ୍ଚେଶ୍ୱରରେ ଲାଇଭ ଭିଡିଓ କରିଥିଲେ । ଭିଡିଓରେ ଭାଗ୍ୟ ଓ ନିଜ ପରିସ୍ଥିତିକୁ ନେଇ ପ୍ରଶ୍ନ କରୁଥିବା ଶୁଣିବାକୁ ମିଳୁଛି । ଏହାସହ ପରେ ଯଦି କିଛି ଭୁଲ କରିଦିଏ ତେବେ ଘର ଲୋକ କ୍ଷମା କରିଦେବେ ବୋଲି ସେ ଭିଡିଓରେ କହୁଛନ୍ତି । ତେବେ ଭିଡିଓ କରିବା ପରେ ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଏ ଖବର ଶୁଣିବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।