ୟୁକ୍ରେନ ଉପରେ ପୁଣି ରୁଷର ଆକ୍ରମଣ; ଡ୍ରୋନ ମାଡରେ ୧୧ ଜଣଙ୍କ ମୃତ୍ୟୁ, ୮୦ ଆହତ

Published By : Prameya-News7 Bureau | July 08, 2025 IST

ନୂଆଦିଲ୍ଲୀ ୦୮।୦୭; ଋଷ ପୁଣି ଥରେ ୟୁକ୍ରେନ ଉପରେ ବଡ ହମଲା କରିଛି। ଏହି ସମୟରେ, ଋଷ ୟୁକ୍ରେନର ସାଧାରଣ ଅଞ୍ଚଳକୁ ଟାର୍ଗେଟ କରି ୧୦୦ ରୁ ଅଧିକ ଡ୍ରୋନ ମାଡ କରିଛି । ଏହି ଆକ୍ରମଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୩ ଶିଶୁଙ୍କ ସମେତ ୩୮ ଜଣ ଆହତ ହୋଇଛନ୍ତି । ଅଧିକାରୀମାନେ ସୋମବାର ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି । ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି ଯେ ଋଷର ଆକ୍ରମଣରେ ପ୍ରବଳ କ୍ଷତି ହୋଇଛି ।

ରୁଷ ନିକଟରେ ୟୁକ୍ରେନର ସାଧାରଣ ଅଞ୍ଚଳ ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ସୋମବାର କହିଛନ୍ତି ଯେ ଗତ ସପ୍ତାହରେ ରୁଷ ୟୁକ୍ରେନ ଉପରେ ପ୍ରାୟ ୧,୨୭୦ ଡ୍ରୋନ୍, ୩୯ଟି ମିଶାଇଲ୍ ଏବଂ ପ୍ରାୟ ୧,୦୦୦ ପାୱାରଫୁଲ୍ ଗ୍ଲାଇଡ୍ ବୋମା ମାଡ଼ କରିଛି । ରୁଷ ସେନା ପ୍ରାୟ ୧,୦୦୦ କିଲୋମିଟର ଲମ୍ବା ଯୁଦ୍ଧ ମୋର୍ଚ୍ଚାର କିଛି ସ୍ଥାନରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି, ଯେଉଁଠାରେ ୟୁକ୍ରେନୀୟ ସେନା ମଧ୍ୟ ଉପସ୍ଥିତ ଅଛନ୍ତି ।

ଏହି ସମୟରେ, ଆମେ ଏଠାରେ ଆପଣଙ୍କୁ ଏହା ମଧ୍ୟ କହି ରଖୁଛୁ ଯେ, ନିକଟରେ ଜୁଲାଇ ୪ରେ, ରୁଷ ୟୁକ୍ରେନର ରାଜଧାନୀ କିଭ୍ ଉପରେ ସବୁଠାରୁ ବଡ଼ ବିମାନ ଆକ୍ରମଣ କରିଥିଲା । ରୁଷ ଦ୍ୱାରା କରାଯାଇଥିବା ଆକ୍ରମଣରେ ୨୩ ଜଣ ଆହତ ମଧ୍ୟ ହୋଇଥିଲେ । ଏଥି ସହ ଏହି ଆକ୍ରମଣରେ ରାଜଧାନୀର ଅନେକ ଜିଲ୍ଲାକୁ ପ୍ରବଳ କ୍ଷତି ସହିବାକୁ ପଡିଥିଲା । ରୁଷ ୟୁକ୍ରେନ ଉପରେ ୫୫୦ ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ କରିଥିଲା । ଅଧିକାଂଶ ଆକ୍ରମଣ ଶାହିଦ୍ ଡ୍ରୋନ୍ ସହିତ କରାଯାଇଥିଲା ଯେତେବେଳେ ୧୧ ଟି ମିସାଇଲ୍ ମଧ୍ୟ ବ୍ୟବହାର କରାଯାଇଥିଲା । ଏହି ଆକ୍ରମଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନାର କିଛି ଘଣ୍ଟା ପରେ ହୋଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.