ଦ୍ୱିତୀୟ ଇନିଂସ ଆରମ୍ଭ କଲେ 'ଅନୁପମା' ଫେମ୍, ବିଜେପିରେ ମିଶିଲେ ରୁପାଲୀ ଗାଙ୍ଗୁଲି

Published By : Prameya-News7 Bureau | May 01, 2024 IST

ମୁମ୍ୱାଇ ୦୧/୦୫: ଅଭିନେତ୍ରୀ ଆରମ୍ଭ କଲେ ତାଙ୍କର ଦ୍ୱିତୀୟ ଇଂନିସ୍ । ସେ ପୁଣି ଟେଲି ସିରିଏଲର ଜଣେ ଜଣାଶୁଣା ଅଭିନେତ୍ରୀ । ଛୋଟ ପରଦାରେ ଦର୍ଶକଙ୍କୁ କନ୍ଦଉଥିବା ଅଭିନେତ୍ରୀ ଜଣଙ୍କ ଏବେ ରାଜନୀତି ମୈଦାନରେ ଲୋକଙ୍କ ପାଖକୁ ଯିବେ । 

ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ରୁପାଲିଙ୍କ ସହ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅମୟ ଯୋଶୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଅମୟ ଅନେକ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ବୁଧବାର ରୁପାଲୀ ଦିଲ୍ଲୀ ମୁଖ୍ୟାଳୟରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । 



ଏହି ଅବସରରେ ଅଭିନେତ୍ରୀ କହିଛନ୍ତି- ଯେତେବେଳେ ମୁଁ ବିକାଶର ଏହି ବଡ ଦୁନିଆ ଦେଖିଲି । ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ମଧ୍ୟ ଏଥିରେ ସାମିଲେ ହେବା ଉଚିତ୍ । ମୁଁ ଆପମମାନଙ୍କର ଆଶୀର୍ବାଦ ଏବଂ ସମର୍ଥନ ଆବଶ୍ୟକ କରେ । ମୁଁ ଯାହା ବି କରୁଚି ତାହା ଠିକ୍ ଏବଂ ଭଲ ହେବା ଉଚିତ୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.