ନୂଆଦିଲ୍ଲୀ ୧୩।୦୮: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ । ଏକ କମଳା ଲମ୍ୱରଗିନିନି ଉର୍ସୁ କାର କିଣିଛନ୍ତି । ଯାହା ଦେଖିବାକୁ ବହୁତ ସୁନ୍ଦର । କିନ୍ତୁ ରୋହିତଙ୍କ କାର ଅପେକ୍ଷା ଏହାର ନମ୍ବର ପ୍ଲେଟ୍ ବିଷୟରେ ହେଉଛି ଅଧିକ ଚର୍ଚ୍ଚା । ଯାହାର ନମ୍ବର ରହିଛି 3015 । ଏହାପଛରେ ଲୁଚିଛି ଏକ ରହସ୍ୟ । ଏବେ ପ୍ରଶ୍ନ ଆସୁଛି ରୋହିତଙ୍କ ଲମ୍ୱରଗିନି କାରର ନମ୍ବର 3015 କାହିଁକି ?
ରିପୋର୍ଟ ଅନୁଯାୟୀ, ରୋହିତଙ୍କ ଝିଅର ନାମ ସମାଇରା ଶର୍ମା । ଯିଏ ରୋହିତ ଓ ରିତିକାଙ୍କ ପ୍ରଥମ ସନ୍ତାନ । ସମାଇରା ୩୦ ଡିସେମ୍ବର ୨୦୧୮ରେ ଜନ୍ମଗ୍ରହଣ କରିଥିଲେ । ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ କମଳା ରଙ୍ଗର ଲମ୍ୱରଗିନି କାରର ପ୍ରଥମ ୨ ନମ୍ବର ଏଥିରେ ଅଛି ।
ସେହି ସମୟରେ ରିତିକା ୨୦୨୪ରେ ଏକ ପୁଅକୁ ଜନ୍ମ ଦେଇଥିଲେ । ରୋହିତଙ୍କ ପୁଅ ୧୫ ନଭେମ୍ବରରେ ଜନ୍ମ ହୋଇଥିଲା। କାରର ଶେଷ ୨ ନମ୍ବର ପୁଅର ଜନ୍ମ ତାରିଖରେ ଅଛି। ତେବେ ଏହି ୨ ନମ୍ବରକୁ ମିଶାଇଲେ ୪୫ ଆସିଥାଏ । ଆଉ ପ୍ରତ୍ୟେକ କ୍ରିକେଟ ଫ୍ୟାନ୍ସ ଜାଣନ୍ତି ଯେ ଏହା ତାଙ୍କର ଜର୍ସି ନମ୍ବର।
ତେବେ ରୋହିତଙ୍କର ପୂର୍ବରୁ ଏକ ନୀଳ ରଙ୍ଗର ଲମ୍ୱରଗିନି କାର କିଣିଥିଲେ । ଯାହାର ନମ୍ବର ଥିଲା 0264 । କୁହାଯାଏ ଏହି ସଂଖ୍ୟା ରୋହିତଙ୍କ ODIର ସବୁଠାରୁ ବଡ ସ୍କୋର । ରୋହିତ ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚରେ ୨୬୪ ରନ୍ କରିଥିଲେ । କୁହାଯାଏ ଯେ ରୋହିତ ଏହି କାରଟିକୁ ଏକ ଫ୍ୟାଣ୍ଟାସି ଆପ୍ ବିଜେତାଙ୍କୁ ଦେଇଥିଲେ ।
ରୋହିତ ଶର୍ମାଙ୍କ ନୂଆ କାରର ଦାମ୍ ଭାରତରେ ୪ କୋଟି ୫୭ ଲକ୍ଷ ଟଙ୍କା । ଏହାର ଇଞ୍ଜିନ ୬୨୦hp ପାୱାରର, ଯାହା ୮୦୦Nm ଟର୍କ ଜେନେରେଟ୍ କରେ । ଏହି SUVକୁ ଇଲେକ୍ଟ୍ରିକ୍ ମୋଡ୍ରେ ୬୦ କିଲୋମିଟର ପର୍ଯ୍ୟନ୍ତ ଚଲାଇହେବ ।