ଦିନ ଦ୍ବିପ୍ରହରରେ ଲୁଟ୍, ବାଇକ୍ ରଖି ଡିକିରୁ ଟଙ୍କା ବାହାର କରିବା ବେଳେ ୪ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା

Published By : Prameya-News7 Bureau | June 02, 2025 IST

ପାଟଣାଗଡ଼ ୨ଦିନ ଦ୍ବିପ୍ରହରରେ ଟଙ୍କା ଝାମ୍ପିନେଲେ ଲୁଟେରା । ପାଟଣାଗଡ ସହରରେ ଘଟିଛି ଏଭଳି ଲୁଟ୍ ଘଟଣା । ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । 

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାମଜି ଛକରେ ଥିବା ବ୍ୟବସାୟୀ ମୁନା ପଂସାରି ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ବାଇକ୍‌ରେ ନିଜ ଘରକୁ ଯାଉଥିଲେ ।  ଘରେ ପହଞ୍ଚି  ବାଇକ୍ ଡିକିରୁ ଟଙ୍କା ବାହାର କରୁଥିବା ବେଳେ ଏକ ଆପାଚି ବାଇକ୍‌ରେ ଦୁଇ ଜଣ ଲୁଟେରା ଆସି ଟଙ୍କା ଝାମ୍ପି ନେଇଥିଲେ । ଆଖିପିଛୁଳାକେ ଲୁଟେରା ଦୁଇ ଜଣ ଫେରାର ହୋଇଯାଇଥିଲେ । 

ଏ ନେଇ ମୁନା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ତଦନ୍ତ କରୁଛି ପୋଲିସ ।

You Can Read:

ମହାପ୍ରସାଦ ନାଁରେ ଶ୍ରୀମନ୍ଦିର ବାହାରେ ଖଜା ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ, ଖୁବ୍‌ଶୀଘ୍ର ମାନ ଯାଞ୍ଚ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.