ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରେ ପଶିଲେ ୬ ଦୁର୍ବୃତ୍ତ, ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | June 24, 2025 IST

ବାରିପଦା ୨୪।୬: ବନ୍ଧୁକ ମୁନରେ ଲୁଟ୍ । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବନ୍ଧୁକ ଦେଖାଇ କ୍ୟାସ୍ କାଉଣ୍ଟରରୁ ନେଇଗଲେ ଲକ୍ଷାଧିକ ଟଙ୍କା । ମୟୁରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କୁଚେଇ ଶାଖାରୁ ଲୁଟ୍ ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କୁଚେଇ ଶାଖାରେ ହଠାତ୍ ୬ ଜଣ ଦୁର୍ବୃତ୍ତ ପଶିଥିଲେ । ବ୍ୟାଙ୍କ୍‌ରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ବ୍ୟାଙ୍କ୍‌ରୁ ପ୍ରାୟ ୮ରୁ ୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତ ମାନେ ଟଙ୍କା ଲୁଟ୍ କରି କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ସେମାନଙ୍କ ସନ୍ଧାନ ପାଇଁ ଛାନଭିନ୍ ଜାରି ରଖିଛି ପୋଲିସ ।

You Can Read:

ଆଠଗଡ଼ ବ୍ଲକ୍ ସମ୍ମୁଖରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା, ଘଟଣାସ୍ଥଳରେ ୧୬୩ ଧାରା ଜାରି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.