ଖଇରପୁଟ ବଣ୍ଡାଘାଟିରେ ପାହାଡ ଧସି ରାସ୍ତା ଅବରୋଧ, ଯାତାୟତ ବାଧାପ୍ରାପ୍ତ

Published By : Prameya-News7 Bureau | June 30, 2025 IST

ମାଥିଲି ୩୦/୦୬: ମାଲକାନଗିରି ଜିଲ୍ଲା c । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ବଣ୍ଡାଘାଟିରେ ମାଟି ଅତଡା ଖସି ବଣ୍ଡାଘାଟିକୁ ଯୋଗାଯୋଗ ଠପ୍‌ ହୋଇଛି । ଖଇରପୁଟରୁ ମୁଦୁଲିପଡାକୁ ଯୋଗାଯୋଗ ଠପ୍ ହୋଇଛି । ଅନ୍ୟ କିଛି ସ୍ଥାନରେ ମାଟି ଧସିବା ଆଶଙ୍କା ଥିବାରୁ ଜନସାଧାରଣଙ୍କ ଯାତାୟତ ବନ୍ଦ ରହିଛି । 

କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ମାଟି ଅତଡା ସହ ବଡ ବଡ ପଥର ଖସି ରାସ୍ତା ଉପରେ ପଡି ରହୁଥିବା ଦେଖାଦେଇଛି । ଦୁଇଦିନ ପୂର୍ବେ ଘାଟି ରାସ୍ତାର ଡାଲଖାଇ ନିକଟରେ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଥିଲା । ବାରମ୍ବାର ଏପରି ହେଉଥିବାରୁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.