ନୂଆ ସଂସଦ ଭବନ ସହ କଫୀନ ଫଟୋ ପୋଷ୍ଟ କରି ଆର୍‌ଜେଡି ପଚାରିଲା ପ୍ରଶ୍ନ, ବିଜେପି କହିଲା, ଦେଶଦ୍ରୋହ

Published By : Prameya-News7 Bureau | May 28, 2023 IST

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟିତ ହୋଇଛି। ବିଧି ପୂର୍ବକ ପୂଜାର୍ଚ୍ଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନ ଉଦ୍‌ଘଟାନ କରିବା ସହ ବାଚସ୍ପତିଙ୍କ ଚୌକି ନିକଟରେ ପ୍ରତିଷ୍ଠା କରିଛନ୍ତି ଐତିହାସିକ ସେଙ୍ଗୋଲ।

ଏସବୁ ଭିତରେ ବିବାଦ ଥମିବାରେ ନାଁ ନେଉ ନାହିଁ। ଏଥର ନୂଆ ସଂସଦ ଭବନକୁ ନେଇ ଆର୍‌ଜେଡି ଏମିତି ଏକ ଫୋଟ ଟ୍ୱିଟ୍ କରିଛି ଯାହାକୁ ଦେଖି ବିଜେପି କହୁଛି ରାଜଦ୍ରୋହ ମାମଲା ହେବା ଉଚିତ୍।

ଲମ୍ବ ଆକୃତିର ନୂଆ ସଂସଦ ଭବନର ଫଟୋ ସହ ଏକ କଫୀନର ଫଟୋ ଟ୍ୱିଟ୍ କରିଛି ଆର୍‌ଜେଡି। କ୍ୟାପସ୍‌ନ ଦେଇ ପଚାରିଛି ଇଏ କ’ଣ ? ଆର୍‌ଜେଡି ନୂଆ ସଂସଦ ଭବନକୁ କଫୀନ ସହ ତୁଳନା କରୁଛି ବୋଲି କୁହାଯାଉଛି।

wp:embed {"url":"https://twitter.com/RJDforIndia/status/1662659949414203392?s=20","type":"rich","providerNameSlug":"twitter","responsive":true}
https://twitter.com/RJDforIndia/status/1662659949414203392?s=20
/wp:embed

ଅନ୍ୟପଟେ ଫଟୋକୁ ନେଇ ଦଳୀୟ ନେତା ଶକ୍ତି ସିଂହ ଯାଦବ କହିଛନ୍ତି କଫୀନ ଫଟୋ ଦେଶରେ ଗଣତନ୍ତ୍ର କିପରି ସମାଧି ନେଇଛି ତାକୁ ଦର୍ଶାଉଛି। ଦେଶ କେବେ ଏହାକୁ ବରଦାସ୍ତ କରିବ ନାହିଁ। ସଂସଦ ଭବନକୁ କଫୀନ ସହ ତୁଳନା କରାଯାଇ ନାହିଁ। ସଂସଦ ଗଣତନ୍ତ୍ର ମନ୍ଦିର। ଏଇଠି ହିଁ ଆଲୋଚନା କରାଯାପାରେ।

wp:heading {"level":4}

ପଢ଼ନ୍ତୁ- ପୂଜାର୍ଚ୍ଚନା ପରେ ଐତିହାସିକ ସେଙ୍ଗୋଲ ସ୍ଥାପିତ; ରାଜଦଣ୍ଡକୁ ସାଷ୍ଟାଙ୍ଗ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ

/wp:heading

ଆର୍‌ଜେଡି ଟ୍ୱିଟ୍ କରିବାର ତୁରନ୍ତ ପରେ ବିଜେପି ଟାର୍ଗେଟ୍ କରିଛି। ଏହା ଦେଶଦ୍ରୋହର କାର୍ଯ୍ୟ। ଯେଉଁମାନେ ସଂସଦକୁ କଫୀନ ସହ ତୁଳନା କରୁଛନ୍ତି ସେମାନଙ୍କ ବିରୋଧରେ ରାଜଦ୍ରୋହ ମାମଲା ହେବା କଥା ବୋଲି ବିହାର ବିଜେପି ନେତା ସୁଶୀଲ ମୋଦୀ କହିଛନ୍ତି।

ଅନ୍ୟପଟେ ବିଜେପି ପ୍ରବକ୍ତା ଗୌରବ ଭାଟିଆ କଡ଼ା ଜବାବ ଦେଇଛନ୍ତି। ୨୦୨୧ରେ ଲୋକ ତୁମକୁ ଏହି କଫୀନରେ ସମାଧି ଦେବେ ବୋଲି କହିଛନ୍ତି ଗୌରବ।     

ସୂଚନା ଥାଉକି, ଦୁଇଟି ପର୍ଯ୍ୟାୟରେ ନୂଆ ସଂସଦ ଭବନ ଉଦଘାଟିତ ହୋଇଛି । ବିରୋଧିଙ୍କ ବୟକଟ ଭିତରେ ନୂଆ ସଂସଦ ଭବନର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ସକାଳ ବୈଦିକ ରୀତିରେ ପୂଜାର୍ଚ୍ଚନା, ହୋମଯଜ୍ଞ ହୋଇଥିଲା। ପବିତ୍ର ସେଙ୍ଗୋଲ ବା ରାଜଦଣ୍ଡ ସ୍ଥାପନା ହେବା ପରେ ସର୍ବଧର୍ମ ପ୍ରାର୍ଥନାରେ ଗୁଞ୍ଜରିତ ହୋଇଥିଲା ପରିବେଶ । ପରେ ଏହାକୁ ଦେଶବାସୀଙ୍କ ଉଦ୍ଧେଶ୍ୟରେ ଏହାକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।

wp:embed {"url":"https://twitter.com/ANI/status/1662680530415124483?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1662680530415124483?s=20
/wp:embed wp:heading {"level":4}

ପଢ଼ନ୍ତୁ- ୭୫ ଟଙ୍କା ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ, ଦୈନନ୍ଦିନ ଚଳନିରେ ହେବନି ଉପଯୋଗ

/wp:heading

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା କେବଳ ଇଟା ସିମେଣ୍ଟରେ ତିଆରି ଏକ ଭବନ ନୁହେଁ ବରଂ ୧୪୦କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷାର ପ୍ରତୀକ ପାଲଟିଛି । ପ୍ରତି ଦେଶର ବିକାଶ ଯାତ୍ରାରେ କିଛି ମୁହୂର୍ତ୍ତ ଅମର ହୋଇଥାଏ, ଆଜି ସେହିଭଳି ଏକ ତାରିଖ । ସମଗ୍ର ଦେଶବାସୀଙ୍କୁ ଏହି ସ୍ବର୍ଣ୍ଣିମ କ୍ଷଣର ଅଭିନନ୍ଦନ ଦେଇଛନ୍ତି ମୋଦି

wp:embed {"url":"https://twitter.com/ANI/status/1662679278948061184?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1662679278948061184?s=20
/wp:embed

ନୂଆ ସଂସଦ ଭବନ ନୀତିକୁ ନିର୍ମାଣ ଏବଂ ସଂକଳ୍ପକୁ ସିଦ୍ଧି ସହ ଯୋଡିବ । ଆଜି ନୂଆ ଭାରତ ନୂଆ ଲକ୍ଷ୍ୟ ସ୍ଥିର କରୁଛି, ନୂଆ ସଂକଳ୍ପ କରୁଛି। ସାରା ବିଶ୍ବ ଭାରତର ସଂକଳ୍ପକୁ ଆଦର ଏବଂ ଆଶାର ସହ ଦେଖୁଛି । ଭାରତ ଆଗକୁ ବଢିଲେ ବିଶ୍ବ ଆଗକୁ ବଢିବ। ସର୍ବ ପୂରାତନ ଏବଂ ସବୁଠୁ ବଡ଼ ଗଣତନ୍ତ୍ର ଭାରତ ସାରା ବିଶ୍ବକୁ ମାର୍ଗଦର୍ଶନ କରିବ । ଆମ ଲୋକତନ୍ତ୍ର ହେଉଛି ପ୍ରେରଣା ଏବଂ ସମ୍ବିଧାନ ହେଉଛି ସଂକଳ୍ପ । ଏହାର ମିଶ୍ରଣ ହେଉଛି ନୂଆ ସଂସଦ । ଏହା ବିକଶିତ ଭାରତ ପାଇଁ ନୂଆ ପ୍ରେରଣା ହେବ । ଏହା ସମସ୍ତଙ୍କ କର୍ତ୍ତବ୍ୟଭାବକୁ ଉଜାଗର କରିବ । ନୂଆ ସଂସଦ ଭବନ ସାରା ଭାରତର ବିଭିନ୍ନ ପ୍ରଦେଶରେ କଳା, ସଂସ୍କୃତି ପ୍ରଦର୍ଶିତ କରୁଛି । ଏହା ଏକ ଭାରତ-ଶ୍ରେଷ୍ଠ ଭାରତର ନିଦର୍ଶନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

wp:embed {"url":"https://twitter.com/gauravbh/status/1662672093149011969?s=20","type":"rich","providerNameSlug":"twitter","responsive":true}
https://twitter.com/gauravbh/status/1662672093149011969?s=20
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.