ପୂଜାର୍ଚ୍ଚନା ପରେ ଐତିହାସିକ ସେଙ୍ଗୋଲ ସ୍ଥାପିତ; ରାଜଦଣ୍ଡକୁ ସାଷ୍ଟାଙ୍ଗ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | May 28, 2023 IST

ନୂଆଦିଲ୍ଲୀ: ଦେଶକୁ ମିଳିଲା ଭବ୍ୟ ନୂଆ ସଂସଦ ଭବନ । ସ୍ଥାପନା ହେଲା ଐତିହ୍ୟ ଭରା ସେଙ୍ଗୋଲ ବା ରାଜଦଣ୍ଡ ।  ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଲୋକସଭା ଭବନର ବାଚସ୍ପତିଙ୍କ ଆସନ ନିକଟରେ ଏହାକୁ ସ୍ଥାପନା କରାଯାଇଛି । ଅଧିନମ ମଠର ପୂଜାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ସମର୍ପି ଥିଲେ। ପରେ ସେଙ୍ଗୋଲକୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ଏହାପରେ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା । ଏହି ସଭା ଲୋକସଭା ବାଚସ୍ପତି ଓଲବିର୍ଲା  ଓ ଅନ୍ୟ ସଦସ୍ୟମାନେ ଏବଂ ବିଭିନ୍ନ ଧର୍ମର ସାଧୁସାନ୍ଥ ଉପସ୍ଥିତିରେ  ରାଜଦଣ୍ଡକୁ ସ୍ଥାପନା କରାଯାଇଛି ।

wp:html /wp:html

୫ ଫୁଟ୍ ଲମ୍ବ ରୁପାରେ ନିର୍ମିତ ଏହି ସେଙ୍ଗୋଲ ଉପରେ ସୁନାର ପରତ ଚଢା ଯାଇଛି। ଏହାର ଉପର ଭାଗରେ ନନ୍ଦୀ ବିରାଜମାନ ରହିଛି। ଏହାର ନିମ୍ନରେ ତାମିଲ ଭାଷାରେ କିଛି ଲେଖା ହୋଇଛି। ନିକଟରେ ପ୍ରୟାଗରାଜରୁ ଆଣିବା ପରେ ଏହାକୁ ଦିଲ୍ଲୀ ମ୍ୟୁଜିୟମରେ ରଖା ଯାଇଥିଲା। ଏହି ସେଙ୍ଗୋଲକୁ ୧୯୪୭ ମସିହାରେ ତିଆରି କରାଯାଇଥିଲା। ଉଦଘାଟନ ସମାରୋହ ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ତାମିଲନାଡୁର ସନ୍ଥମାନେ ପହଞ୍ଚି ଏହାକୁ ହସ୍ତାନ୍ତର କରିଥିଲେ । ପ୍ରଧାନମନ୍ତ୍ରୀ ସନ୍ଥମାନଙ୍କୁ ଭେଟିବା ସହ ଆଶୀର୍ବାଦ ନେଇଥିଲେ । 

ଭବ୍ୟ ଗଣତନ୍ତ୍ରର ମନ୍ଦିର ଲୋକାର୍ପଣ ପରେ ଭବନ ନିର୍ମାଣରେ ନିୟୋଜିତ ହୋଇଥିବା ଶ୍ରମିକ ମାନଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ନୂତନ ସଂସଦ ଭବନ ଉଦଘାଟନ ଉତ୍ସବରେ ତାମିଲନାଡୁର ୨୨ରୁ ଅଧିକ ସନ୍ଥ ସାମିଲ ହୋଇଥିଲେ ।

wp:embed {"url":"https://www.prameyanews7.com/new-parliament-inaugurated-by-prime-minister/","type":"wp-embed","providerNameSlug":"prameya-news-7"}
https://www.prameyanews7.com/new-parliament-inaugurated-by-prime-minister/
/wp:embed

ନୂଆ ସଂସଦ ନିର୍ମାଣରେ ୮୬୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୋଟ୍ ୬୪ ହଜାର ୫୦୦ ବର୍ଗଫୁଟ ଜାଗାରେ ନିର୍ମାଣ କରାଯାଇଛି । ନୂଆ ସଂସଦ ଭବନ ୪ ମହଲା ବିଶିଷ୍ଟ । ଏହାକୁ ଟାଟା ପ୍ରୋଜେଟ୍ ନିର୍ମାଣ କରିଛି । ଏଥିରେ ଲୋକସଭା ଓ ରାଜ୍ୟସଭା ବ୍ୟତୀତ ସେଣ୍ଟ୍ରାଲ କନଫରେନ୍ସ ହଲ ରହିଛି । ଯେଉଁଥିରେ ୧୨୭୧ ସିଟ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.