ଭିଭିୟାନ ରିଚାର୍ଡ୍ସଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ, ଲର୍ଡ୍ସରେ ଛକା ମାରି କଲେ କମାଲ୍

Published By : Prameya-News7 Bureau | July 12, 2025 IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଐତିହାସିକ ଲର୍ଡ୍ସ ମୈଦାନରେ ଖେଳାଯାଉଛି । ମ୍ୟାଚର୍ ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟରଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଛି । ରିଷଭ ପନ୍ତ ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ ଟେଷ୍ଟ କ୍ରିକେଟରେ ବି ଛକା ମାରିବାରେ ମାହିର । ପନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ସବୁଠୁ ଅଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ପନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ୩୫ ଛକା ମାରିଛନ୍ତି । ଏହାସହ ସେ ୱେଷ୍ଟଇଣ୍ଡିଜର କିମ୍ୱନ୍ଦନ୍ତି ଖେଳାଳି ଭିଭିୟାନ ରିଚାର୍ଡ୍ସଙ୍କୁ ପଛରେ ପକାଇଛନ୍ତି । ମହାନ ବ୍ୟାଟର ରିଚାର୍ଡ ଇଂଲଣ୍ଡ ବିପକ୍ଷରେ ୩୪ ଛକା ମାରିଥିଲେ । ପନ୍ତଙ୍କ ଏହି ଉପଲବ୍ଧି ତାଙ୍କ ଆକ୍ରାମକ ବ୍ୟାଟିଂ ଶୈଳୀ ପାଇଁ ସମ୍ଭବ ହୋଇପାରିଛି ବୋଲି କୁହାଯାଇପାରିବ ।

ଇଂଲଣ୍ଡ ବିପକ୍ଷରେ ଅଧିକ ଛକା ମାରିଥିବା ୫ ବ୍ୟାଟର

  1. ରିଷଭ ପନ୍ତ-୩୫
  2. ଭିଭିୟାନ ରିଚାର୍ଡ୍ସ-୩୪
  3. ଟିମ୍ ସାଉଦି-୩୦
  4. ଯଶସ୍ୱୀ ଜୟସ୍ୱାଲ-୨୭
  5. ଶୁଭମନ ଗିଲ୍-୨୬

ଏହି ସୂଚୀରେ ଭାରତ ଅନ୍ୟ ଦୁଇ ଯୁବ ବ୍ୟାଟର- ଯଶସ୍ୱୀ ଜୟସ୍ୱାଲ ଓ ଶୁଭମନ ଗିଲଙ୍କ ନାଁ ଅଛି । ଏହି ଦୁଇ ବ୍ୟାଟର ମଧ୍ୟ ଇଂଲଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି । ଉଭୟ ଗିଲ୍ ଓ ଜୟସ୍ୱାଲ କେବଳ କିଛି ମ୍ୟାଚରେ ହିଁ ଏହି ସୂଚୀର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ଆଗାମୀ ଦିନରେ ଦୁହେଁ ଏହି ସୂଚୀରେ ଆହୁରି ଉପରକୁ ଉଠିପାରନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.