ଭୁଲ୍ କାମ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଜେଲ୍‌ରେ ଅଛନ୍ତି ଅନେକ ଅଫିସର

Published By : Prameya-News7 Bureau | June 03, 2025 IST

ଭୁବନେଶ୍ବର ୩ପାର୍ଟ ପ୍ଲଟ୍ ବିକ୍ରି ପାଇଁ ୩ଶହ DSRଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ଶୋ’କଜ୍ ନୋଟିସ୍ ଦିଆଯାଇଛି । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଭୁଲ୍ କାମ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଲାଣି । ଅନେକ ଅଫିସର ଜେଲ୍‌ରେ ଅଛନ୍ତି । ତହସିଲଦାର କର୍ମଶାଳା ସରିଲେ DSR କର୍ମଶାଳା ହେବ । ସ୍ମାର୍ଟ ସର୍ଭେଲାନ୍ସରେ ଭିତରେ ବେଆଇନ କାମ ବନ୍ଦ ପରେ ବାହାରେ ବେଆଇନ କାମ ଆରମ୍ଭ ହୋଇଛି ବୋଲି ସୁରେଶ ପୂଜାରୀ କହିଛନ୍ତି । 

ସେପଟେ ବୁଧବାର ଭୁବେନେଶ୍ୱରରେ ତହସିଲଦାର ସମ୍ମିଳନୀ ହେବ । ସାରା ରାଜ୍ୟର ୩୧୭ଜଣ ତହସିଲଦାର, ୫୮ ଜଣ ସବ୍ କଲେକ୍ଟର, ଜିଲ୍ଲପାଳ ମାନେ ଭିଡିଓ କନଫରେନ୍ସରେ ରହିବେ । ଅନ୍ୟ ରାଜସ୍ବ ଅଧିକାରୀ ଭିସିରେ ରହିବେ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ୧୦ଟାରେ କର୍ମଶାଳାର ଉଦଘାଟନ କରିବେ । ତହସିଲଦାର ନିଜ ରିପୋର୍ଟ ଆଣିବେ । ଯେଉଁ ରାଜସ୍ବ ଜିଲ୍ଲା ରାଜସ୍ବ ସେବା ପ୍ରଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ । ଏହି ଅବସରରେ ୩ଟି ଜିଲ୍ଲାକୁ ପୁରସ୍କୃତ କରାଯିବ । ୫ଟି ତହସିଲକୁ ପୁରସ୍କୃତ କରାଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।


You Can Read:

ଦୁଇ ଗୋ-ମାଂସ ବେପାରୀଙ୍କ ମୁହଁ-ଦେହରେ ଗୋବର ବୋଳିଲେ, ଖାଲି ପାଦରେ ଚଲାଇଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.