ଆସିଲା ଇ- ରେଜିଷ୍ଟ୍ରେସନ ଆପ୍, ଗୋଟିଏ ମୋବାଇଲ୍ ଆପ୍‌ରେ ମିଳିବ ସମସ୍ତ ରାଜସ୍ୱ ସେବା

Published By : Prameya-News7 Bureau | June 25, 2025 IST

ଭୁବନେଶ୍ୱର ୨୫।୬: ରାଜସ୍ବ ବିଭାଗ ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ଏବଂ ବିଭାଗର ସଫଳତା ପୁସ୍ତିକା ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରସ୍ତୁତ ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍‌ର ଲୋକାର୍ପଣ କରିଛନ୍ତି । ଆପ୍‌ର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଇ-ରେଜିଷ୍ଟ୍ରେସନ ଆପ୍ ଡିଜିଟାଲ ସେବା ପ୍ରଦାନରେ ରାଜ୍ୟ ସରକାରଙ୍କ ଏକ ବଡ ମାଇଲଷ୍ଟୋନ । ଏହି ଆପ୍ ମଧ୍ୟମରେ ଲୋକମାନେ ଘରେ ବସି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ ମାଧ୍ୟମରେ ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ ବୁକିଙ୍ଗ, ସାର୍ଟିଫାଏଡ କପି  ଓ ଇସି ପାଇଁ ଆବେଦନ କରିପାରିବେ । ଜମିର ବେଞ୍ଚମାର୍କ ଭାଲ୍ୟୁ ମଧ୍ୟ ଏହି ଆପ୍ ମାଧ୍ୟମରେ ଜାଣିହେବ । ଏହି ଆପ୍‌ରେ ସବ୍ ରେଜିଷ୍ଟ୍ରାର ଅଫିସ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ମିଳିବ । ଏହାଦ୍ୱାରା ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପେପରଲେସ୍ ଏବଂ କ୍ୟାସଲେସ ହୋଇପାରିଛି । ଏହାଦ୍ୱାରା ସବ୍ ରେଜିଷ୍ଟ୍ରାର ଅଫିସରେ ଅଯଥା ଭିଡ ମଧ୍ୟ ହ୍ରାସ ହୋଇପାରିବ । 


ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗର ଏକ ବର୍ଷର ସଫଳତା ପୁସ୍ତିକା ମଧ୍ୟ ଉନ୍ମୋଚନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ବାତ୍ୟା, ବନ୍ୟା ଆଦି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଖୁବ୍ ସଫଳ । ଗତ ବର୍ଷ ହୋଇଥିବା ବାତ୍ୟା ‘ଦାନା’ ସମୟରେ ଆମେ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲ କରିଥିଲୁ । ଆମର ବିପର୍ଯ୍ୟୟ ପରିଚାଳନାରେ ଆମ ଦକ୍ଷତା ଉପରେ ସାରା ବିଶ୍ୱର ନଜର ଅଛି । ତେଣୁ ଆମକୁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ହୋଇ ରହିବାକୁ ପଡିବ । 


ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ । ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ ।

You Can Read:

ସରକାରୀ ଜମିରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା, ତହସିଲଦାରଙ୍କୁ ମାଡ ସହ ଟଣା ଓଟରା ଅଭିଯୋଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.