Renault Triber: ଦମଦାର ଫିଚର୍ସ ସହ ଭାରତୀୟ ବଜାରରେ କଲା ପ୍ରବେଶ, ୬.୩୦ ଲକ୍ଷରେ ମିଳିବ ୭ ସିଟ୍‌ର କାର

Published By : Prameya-News7 Bureau | July 23, 2025 IST

ନୂଆଦିଲ୍ଲୀ: ରେନାଲ୍ଟ ଇଣ୍ଡିଆ ନୂଆ ରେନାଲ୍ଟ ଟ୍ରାଇବର ଲଞ୍ଚ କରିଛି । ଏହା କମ୍ପାନିର ୪ ମିଟରରୁ କମ୍ ୭-ସିଟରର ଏକ ନୂତନ ସଂସ୍କରଣ ଅଟେ। ଏହି ଅପଗ୍ରେଡ୍ କାର ନିର୍ମାତାଙ୍କ ନୂତନ 'ରେନାଲ୍ଟ, ରିଥିଙ୍କ’ ରଣନୀତି ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଭାରତରେ କମ୍ପାନିର ନୂତନ ବ୍ରାଣ୍ଡ୍ ଲୋଗୋକୁ ଡେବ୍ୟୁ କରିଛି ।

୩୫ରୁ ଅଧିକ ନୂତନ ଡିଜାଇନ୍ ଏବଂ ଫିଚର୍ସ ସହ ଅପଡେଟ୍ ହୋଇଥିବା ଟ୍ରାଇବର ଏବେ ଅଧିକ ପ୍ରିମିୟମ୍ ଏବଂ ସୁରକ୍ଷିତ ଡ୍ରାଇଭିଂ ଅଭିଜ୍ଞତା ଦେଉଛି । ତେବେ ଏହାର କୋର୍ ଷ୍ଟ୍ରେନ୍ଥ- ମଡ୍ୟୁଲାର୍ ସିଟିଂ ଫ୍ଲେଜିବିଲିଟିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ନୂତନ ଟ୍ରାଇବରରେ ଏକ ବୋଲ୍ଡ ଗ୍ରୀଲ୍ ସହ ଫ୍ରଣ୍ଟ୍ ଫାସିଆ, ସ୍କଲ୍ପଟେଡ୍ ହୁଡ୍ ଏବଂ ଇଣ୍ଟିଗ୍ରେଟେଡ୍ DRL ସହିତ ନୂତନ LED ପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ ରହିଛି । ପଛ ପଟେ ନୂଆ LED ଟେଲ୍‌ଲ୍ୟାମ୍ପ, ନୂଆ ବମ୍ପର ଏବଂ ଏକ ସ୍କିଡ୍ ପ୍ଲେଟ୍ ରହିଛି, ଯାହା ଏହାକୁ ଅଧିକ ଆଧୁନିକ ଲୁକ୍ ଦେଉଛି ।

ଭିତର କ୍ୟାବିନ୍‌ରେ ଏବେ ଏକ ଡୁଆଲ୍-ଟୋନ୍ ଡ୍ୟାସବୋର୍ଡ ଦିଆଯାଇଛି ଯାହା ୮-ଇଞ୍ଚ୍ ଫ୍ଲୋଟିଂ ଟଚ୍‌ସ୍କ୍ରିନ୍ ଡିସ୍‌ପ୍ଲେ ସହିତ ୱାୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେକୁ ସପୋର୍ଟ କରିବ । ଅନ୍ୟାନ୍ୟ ଫିଚର୍ସ ମଧ୍ୟରେ ନୂତନ ସିଟ୍ ଆମ୍ବିଏଣ୍ଟ୍ LED ଲାଇଟିଂ, ଡିଜିଟାଲ୍ କ୍ଲଷ୍ଟର ଏବଂ ଅଟୋ ହେଡ୍‌ଲ୍ୟାମ୍ପ, ରେନ୍-ସେନ୍ସିଂ ୱାଇପର୍, କ୍ରୁଜ୍ ନିୟନ୍ତ୍ରଣ ଏବଂ ରିମାଇଣ୍ଡର୍ ଆଲର୍ଟ ଭଳି ସୁବିଧା ରହିଛି ।

ଏହି କାରଟି ୧.୦-ଲିଟର ପେଟ୍ରୋଲ ଇଞ୍ଜିନ ଦ୍ୱାରା ପରିଚାଳିତ ଯାହା 72bhp ଏବଂ 96Nm ଶକ୍ତି ପ୍ରଦାନ କରେ । ୫-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ସହିତ ଏହା ଯୋଡା ହୋଇଛି । ରେନାଲ୍ଟ ସରକାରଙ୍କ ଦ୍ୱାରା ଅନୁମୋଦିତ CNG ରେଟ୍ରୋଫିଟ୍‌ମେଣ୍ଟ କିଟ୍ ସହିତ ୩ ବର୍ଷର ୱାରେଣ୍ଟି ପ୍ରଦାନ କରେ । ଯାହାକୁ ରେନାଲ୍ଟ ସିକ୍ୟୁର୍ ପ୍ରାଗ୍ରୋମ ଜରିଆରେ ୭ ବର୍ଷ ପର୍ଯ୍ୟନ୍ତ ବଢା ଯାଇପାରିବ ।

ସୁରକ୍ଷା ଦୃଷ୍ଟିରୁ ନୂଆ ଟ୍ରାଇବର ଏବେ ୨୧ଟି ସେଫ୍ଟି ଷ୍ଟାଣ୍ଡାର୍ଡ ଫିଚର୍ସ ସହିତ ଛଅଟି ଏୟାରବ୍ୟାଗ ଦେଉଛି । ଉଲ୍ଲେଖନୀୟ ଯେ, ଏହା ଏହି ସେଗମେଣ୍ଟର ପ୍ରଥମ କାର ଯିଏ ଫ୍ରଣ୍ଟ ପାର୍କିଂ ସେନ୍ସର ପ୍ରଦାନ କରୁଛି । ରେନାଲ୍ଟ ଚାରୋଟି ନୂତନ ଭାରିଆଣ୍ଟ ବଜାରକୁ ଛାଡ଼ିଛି-ଅଥେଣ୍ଟିକ୍, ଇଭୋଲୁସନ୍, ଟେକ୍ନୋ ଏବଂ ଇମୋସନ୍ - ଯାହାର ମୂଲ୍ୟ ୬.୨୯ ଲକ୍ଷ ଟଙ୍କାରୁ ୯.୧୬ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ପର୍ଯ୍ୟନ୍ତ ରହିଛି । ସାରା ଦେଶରେ ରେନାଲ୍ଟର ୩୫୦+ ଡିଲରସିପ୍ ଏବଂ ୪୫୦+ ସର୍ଭିସ୍ ଟଚ୍‌ପଏଣ୍ଟରେ ବୁକିଂ ଖୋଲା ଅଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.