ଭୁବନେଶ୍ୱର: ରଜ ପର୍ବ ପାଳନରେ ସାମିଲ ହୋଇଛି ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ। ରଜ ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ତରଫରୁ ସ୍ୱତନ୍ତ୍ର ପାର୍ବଣ ଅଫର ସହିତ ବ୍ରାଣ୍ଡ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ମିତ ସୁନ୍ଦର ଚୁଡ଼ି ବା ବ୍ୟାଙ୍ଗଲଗୁଡିକର ଏକ ରେଞ୍ଜ ବା ସମ୍ଭାରର ଶୁଭାରମ୍ଭ କରାଯାଇଛି ।
ଓଡ଼ିଶାରେ ୧୪ଟି ଶୋ’ରୁମର ଏକ ମଜବୁତ ଉପସ୍ଥିତି ସହିତ ଏହି ବ୍ରାଣ୍ଡ ପରମ୍ପରା, ଭାବନା ଓ କାରିଗରୀକୁ ପ୍ରତିଫଳିତ କରୁଥିବା ଅଳଙ୍କାର ମାଧ୍ୟମରେ ଏହି ଉତ୍ସବକୁ ଗ୍ରାହକଙ୍କ ନିକଟତର କରିଛି । ଏହି ଉତ୍ସବ ପାଳନର ଅଂଶ ଭାବେ ଗ୍ରାହକମାନେ ସୁନା ଚୁଡ଼ି (ବ୍ୟାଙ୍ଗଲ)ର ମେକିଂ ଚାର୍ଜ ଉପରେ ଫ୍ଲାଟ ୫୦ ପ୍ରତିଶତ ରିହାତି ଏବଂ ହୀରା ମୂଲ୍ୟ ଓ ମେକିଂ ଚାର୍ଜ ଉପରେ ୩୫ ପ୍ରତିଶତର ରିହାତି ଉପଭୋଗ କରିପାରିବେ । ଏହି ଅଫର ଆସନ୍ତା ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଓଡିଶାର ସମସ୍ତ ରିଲାଏନ୍ସ ଜୁଏଲ୍ସ ଶୋ’ରୁମଗୁଡିକରେ ଏବଂ ୱେବସାଇଟରେ ବୈଧ ରହିବ।
ଏହି ଚୁଡ଼ି ବା ବ୍ୟାଙ୍ଗଲ କଲେକ୍ସନରେ ଚୁଡି-ଷ୍ଟାଇଲ ବ୍ୟାଙ୍ଗଲ, ସୁନ୍ଦର ଭବ୍ୟ କଡା, ଷ୍ଟେଟମେଣ୍ଟ କଙ୍ଗନ ଭଳି ଟାଇମଲେସ୍ କ୍ଲାସିକ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଓ ଆଧୁନିକ ଡିଜାଇନଗୁଡିକର ବିଶାଳ ସମ୍ଭାର ସାମିଲ ରହିଛି । ପ୍ରତ୍ୟେକ ଅଳଙ୍କାରକୁ କିଶୋରାବସ୍ଥାର ଆନନ୍ଦ ହେଉ କିମ୍ବା ଯୁବ ବୟସର ଶକ୍ତି, କିମ୍ବା ମାତୃତ୍ୱର ମହାନତା, ଜଣେ ମହିଳାଙ୍କ ଜୀବନ ଯାତ୍ରାର ପ୍ରତ୍ୟେକ ପର୍ଯ୍ୟୟକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଛି । ସୂକ୍ଷ୍ମ କାରିଗରୀ ଏବଂ ପାରମ୍ପରିକ ଶୈଳୀ ଠାରୁ ଆରମ୍ଭ କରି ଆଧୁନିକ ଷ୍ଟାଇଲ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଡିଜାଇନର ଏକ ବିସ୍ତୃତ ଶୃଙ୍ଖଳା ସହିତ ଏଭଳି ଚୁଡ଼ି ବା ବ୍ୟାଙ୍ଗଲଗୁଡିକ ଆଭୂଷଣଠାରୁ ବେଶ ଅଧିକ କିଛି ଅଟେ, ଏଗୁଡିକ ଉତ୍ସବ, ଅଭିବ୍ୟକ୍ତି ଓ ପରିଚୟର ପ୍ରତୀକ ଅଟେ ।