ନୂଆଦିଲ୍ଲୀ ୦୯।୦୬; ବେଙ୍ଗାଲୁରୁ ଦଳଚକଟା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କର୍ଣ୍ଣାଟକ ସରକାର । ପୋଲିସ କମିସନରଙ୍କଠାରୁ ପୋଲିସ ଇନଚାର୍ଜ ଯାଏ ବଡ଼ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ହେଲେ ସେହି ଦଳାଚକଟାରେ ମୁଲକିର ଜଣେ ୨୬ ବର୍ଷୀୟା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅକ୍ଷତାଙ୍କ ମୃତ୍ୟୁ ହୋଇଥିଲା। ସେ ଏବଂ ତାଙ୍କ ସ୍ୱାମୀ ଆଶାୟ ଅମ୍ବାଲି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଧା ଦିନର ଛୁଟି ନେଇଥିଲେ। ଏହି ଦମ୍ପତି ଭିଡ଼ ମଧ୍ୟରେ ଅଲଗା ହୋଇଯାଇଥିଲେ ଏବଂ ଅକ୍ଷତା ପରେ ବାଉରିଂ ହସ୍ପିଟାଲରେ ମୃତ ଅବସ୍ଥାରେ ମିଳିଥିଲେ।
କହିବାକୁ ଗଲେ ବେଙ୍ଗାଲୁରୁରେ ରହୁଥିବା ଅକ୍ଷତା ତାଙ୍କର ପ୍ରଥମ ପ୍ରୟାସରେ CA ଡିଗ୍ରୀ ହାସଲ କରିଥିଲେ ଏବଂ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ଉତ୍ତର କନ୍ନଡର ସିଦ୍ଧପୁରର ଆଶାୟ ରଞ୍ଜନ ଅମ୍ବାଲିଙ୍କୁ ବିବାହ କରିଥିଲେ। ଆଶାୟ ଜଣେ ସଫ୍ଟୱେର୍ ଇଞ୍ଜିନିୟର ଭାବରେ କାମ କରନ୍ତି। ସେମାନେ ବାପ୍ପାନାଡୁ ମେଳାରେ ଯୋଗଦେବାକୁ ଘରକୁ ଫେରୁଥିଲେ ଏବଂ ସେହି ସମୟରେ RCB ସେଲିବ୍ରେସନ ଦେଖିବାକୁ ନିଷ୍ପତ୍ତି ନେଇଥିଲେ। ସେଠାରେ ଭିଡରେ ତଳେ ପଡି ଯାଇଥିଲେ । ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା । କହିବାକୁ ଗଲେ ହେଲେ ଅକ୍ଷତା କ୍ରିକେଟ୍ ପ୍ରଶଂସକ ନଥିଲେ । କିନ୍ତୁ ତାଙ୍କ ସ୍ଵାମୀ ଏହି ସେଲିବ୍ରେସନ ଦେଖିବାକୁ ଚାହିଁଥିଲେ । ଅକ୍ଷତା ଏବଂ ତାଙ୍କ ସ୍ୱାମୀ ଚିନ୍ନାସ୍ୱାମୀ ଷ୍ଟାଡିୟମରେ IPL ବିଜୟ ଉତ୍ସବ ପାଳନ ପାଇଁ ଅଧା ଦିନ ଛୁଟି ନେଇଥିଲେ।
ଯେତେବେଳେ ଭିଡ଼ ଗେଟ୍ ଆଡ଼କୁ ଗତି କଲା, ସେତେବେଳେ ଲୋକମାନେ ପରସ୍ପର ଉପରେ ପଡ଼ିବାକୁ ଲାଗିଲେ। ମୁଁ ମୋ ସ୍ତ୍ରୀର ହାତ ଧରି ପାଖରେ ଥିବା ବ୍ୟାରିକେଡ୍ରୁ ସପୋର୍ଟ ନେଉଥିଲି, କିନ୍ତୁ ଦଳାଚକଟା ଯୋଗୁଁ ଆମେ ଦୁହେଁ ତଳେ ପଡ଼ିଗଲୁ। ମୁଁ ସାହାଯ୍ୟ ପାଇଁ ଚିତ୍କାର କଲି। କେହି ଜଣେ ମୋତେ ଟାଣି ଆଣିଲେ, କିନ୍ତୁ ମୁଁ ମୋ ସ୍ତ୍ରୀକୁ ମୁଁ ଦେଖିପାରିଲି ନାହିଁ। ମୁଁ ସବୁଠି ଦେଖିଲି, ପୋଲିସକୁ ଡାକିଲି ଏବଂ ନିକଟସ୍ଥ ହସ୍ପିଟାଲ ଗୁଡ଼ିକୁ ମଧ୍ୟ ଯାଞ୍ଚ କଲି । ଶେଷରେ, ମୁଁ ବୋରିଂ ହସ୍ପିଟାଲରେ ତାଙ୍କ ମୃତଦେହକୁ ପାଇଲି। "ସେତେବେଳେ ବହୁତ ଡେରି ହୋଇଯାଇଥିଲା।