ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ଦାଖଲ, ରତ୍ନଭଣ୍ଡାରରେ ସୁରକ୍ଷିତ ରହିଛି ଅଳଙ୍କାର

Published By : Prameya-News7 Bureau | August 01, 2023 IST

କଟକ ୦୧।୦୮:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଅଳଙ୍କାର ଯାଞ୍ଚ କରିବା ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ସରକାର ଏବେ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ନାହାନ୍ତି । ଭିତର, ବାହାର ଏବଂ ଚଳନ୍ତି ରତ୍ନଭଣ୍ଡାରରେ ଠାକୁରଙ୍କ ସବୁ ମୂଲ୍ୟବାନ ଅଳଙ୍କାର ଠିକଠାକ ରହିଛି । ଏଣୁ ଏବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ହିସାବ ନେବାକୁ କମିଟି ଗଠନର କୌଣସି ଆବଶ୍ୟକତା ନାହିଁ । ସତ୍ୟପାଠ ଦାଖଲ ପରେ ମାମଲାର ଶୁଣାଣି ନେଇ ଆସନ୍ତା ୧୪ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ କେତେ ସୁନା ଓ ରୁପା ଅଳଙ୍କାର ରହିଛି ତାହାର ବିସ୍ତୃତ ତଥ୍ୟ ସତ୍ୟପାଠରେ ଦିଆଯାଇଛି । ଏଥିରେ ଦର୍ଶା ଯାଇଛି, ୩ଟି କକ୍ଷରେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରଖାଯାଇଛି । ଭିତର ରତ୍ନଭଣ୍ଡାର- କ୍ୟାଟାଗୋରୀ ୧, ବାହାର ରତ୍ନଭଣ୍ଡାର- କ୍ୟାଟାଗୋରୀ ୨ ଏବଂ ତୃତୀୟ କ୍ୟାଟାଗୋରୀ ଥିବା ରତ୍ନଭଣ୍ଡାର ହେଉଛି ଚଳନ୍ତି ଭଣ୍ଡାର । ଭିତର ରତ୍ନଭଣ୍ଡାରର ଥିବା ଅଳଙ୍କାର କେବେ ବି ମହାପ୍ରଭୂଙ୍କ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଏନି । ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟବହାର କରାଯାଏ । ଚଳନ୍ତି ଭଣ୍ଡାରରେ ରହୁଥିବା ଅଳଙ୍କାର ନିତ୍ୟ ବ୍ୟହାର ପାଇଁ ରଖାଯାଇଥାଏ । ଏହି ୩ କ୍ୟାଟାଗୋରୀରେ ପ୍ରାୟ ଦେଢ କୁଇଣ୍ଟାଲ ସୁନା ଅଳଙ୍କାର ରହିଛି । ସେହିପରି ୧୮୩କେଜି ରୁପା ଅଳଙ୍କାର ରହିଛି ।

wp:embed {"url":"https://www.prameyanews7.com/one-lost-life-in-elephant-attack-in-kantabanjhi-of-balangir/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-lost-life-in-elephant-attack-in-kantabanjhi-of-balangir/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.