ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ, ହାଇକୋର୍ଟଙ୍କୁ ଅବଗତ କଲା ଏଏସ୍ଆଇ
10/07/2023 at 2:32 PM

Image Courtesy : internet
କଟକ ୧୦।୦୭ : ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା । ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ। ଏନେଇ ହାଇକୋର୍ଟଙ୍କୁ ଅବଗତ କରିଛି ଏଏସଆଇ।
ସେହିପରି ନାଟ୍ୟମଣ୍ଡପ ମରାମତି କାମ ସାରିଥିବା ନେଇ କୋର୍ଟଙ୍କୁ ଅବଗତ କରିଛି ଏଏସଆଇ। ରତ୍ନଭଣ୍ଡାର ଖୋଲିବା ନେଇ ମଧ୍ୟ ସତ୍ୟପାଠ ଦାଖଲ କରିଛି ମନ୍ଦିର ପ୍ରଶାସନ। ଏହା ସହିତ ଆବେଦନକାରୀଙ୍କୁ କପି ସର୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରତି ଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମାମଲାରେ ଅଗଷ୍ଟ ପହିଲାରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।
Related Posts
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା : ଜଣେ ମୃତ, ଆଉ ଜଣେ ଗୁରୁତର
1 December 2023
ହାଇଓ୍ୱାକୁ ପଛ ପଟୁ ପିଟିଲା କାର୍, ୬ ଗୁରୁତର
1 December 2023