୧୬ ଅଗଷ୍ଟରୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଜନତାଙ୍କ ନିମନ୍ତେ ଖୋଲା ରହିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ

Published By : Prameya-News7 Bureau | August 02, 2025 IST

ନୂଆଦିଲ୍ଲୀ ୨।୮:  ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନକୁ ୧୬ ଅଗଷ୍ଟରୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଜନତାଙ୍କ ନିମନ୍ତେ ଖୋଲା ରଖାଯିବ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଜାରି ଏକ ବୟାନରେ ଏହି ସୂଚନା ଦିଆଯାଇଛି। ଏହି ଅବଧିରେ ଉଦ୍ୟାନ ଦୈନିକ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟରେ ଉଦ୍ୟାନକୁ ଶେଷ ପ୍ରବେଶ ଅନୁମତି ୫ଟା ୧୫ ମିନିଟ ପର୍ଯ୍ୟନ୍ତ ମିଳିପାରିବ। ତେବେ ଉଦ୍ୟାନକୁ ରକ୍ଷଣାବେକ୍ଷଣା ନିମନ୍ତେ ସବୁ ସୋମବାର ବନ୍ଦ ରଖାଯିବ। 

ଚଳିତବର୍ଷ ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନରେ ଲୋକେ ବ୍ୟାବଲିଂ ବ୍ରୁକ ର ଅଭିଜ୍ଞତା ନେଇ ପାରିବେ। ଏହି ଉଦ୍ୟାନରେ ବାଲବାଟିକା, ହର୍ବାଲ ଗାର୍ଡନ, ବୋନସାଇ ଗାର୍ଡନ, ସେଣ୍ଟ୍ରାଲ ଲନ, ଲଙ୍ଗ ଗାର୍ଡନ ଓ ସର୍କୁଲାର ଗାର୍ଡନ ଆଦି ଲୋକେ ବୁଲି ପାରିବେ। ଏହି ଉଦ୍ୟାନରେ ପ୍ଲାଣ୍ଟମାନଙ୍କ ଦେହରେ ଲାଗିଥିବା କ୍ୟୁ ଆର କୋଡରୁ ଲୋକେ ବିଭିନ୍ନ ପ୍ଲାଣ୍ଟର ପ୍ରଜାତି ଓ ଡିଜାଇନ ତତ୍ୱର ସୂଚନା ପାଇ ପାରିବେ। 

ଏହି ଉଦ୍ୟାନ ବୁଲିବା ପାଇଁ ଆଗନ୍ତୁକ ନର୍ଥ ଏଭେନ୍ୟୁ ରୋଡ ପାଖ ଗେଟ ସଂଖ୍ୟା ୩୫ରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ଅମୃତ ଉଦ୍ୟାନ ବୁଲିବା ପାଇଁ ପର୍ଯ୍ୟଟକ ଓ ଆଗନ୍ତୁକଙ୍କ ଠାରୁ କୌଣସି ଶୁଳ୍କ ଆଦାୟ ହେବନି। ସେମାନେ ନିଶୁଳ୍କ ଉଦ୍ୟନ ବୁଲି ପାରିବେ। ଉଦ୍ୟାନ ବୁଲିବା ପାଇଁ ପର୍ଯ୍ୟଟକ ଓ ଆଗନ୍ତୁକଙ୍କୁ ସାଙ୍ଗରେ ମୋବାଇଲ ଫୋନ, ଇଲେକ୍ଟ୍ରୋନିକ ଚାବି, ପର୍ସ, ହ୍ୟାଣ୍ଡବ୍ୟାଗ, ପାଣି ବୋତଲ, ପିଲାଙ୍କ ଫିଡିଂ ବୋତଲ ଓ ଛତା ଆଦି ନେଇ ପାରିବେ। ଏହା ଛଡା କୌଣସି ଅନ୍ୟ ସାମଗ୍ରୀକୁ ବାରଣ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.