ନୂଆଦିଲ୍ଲୀ ୦୪।୦୮; ଶ୍ରାବଣ ମାସ ପୂର୍ଣ୍ଣିମା ଭାଇ-ଭଉଣୀ ମଧ୍ୟରେ ଅତୁଟ ସ୍ନେହ ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ ଉତ୍ସବ । ଏଥର ଅଗଷ୍ଟ ୯ରେ ପାଳନ ହେବାକୁ ଯାଉଛି । ଅଗଷ୍ଟ ୮ତାରିଖ ରାତି ୨ଟା ୧୨ମିନିଟ୍ରୁ ପୂର୍ଣ୍ଣମା ତିଥି ଆରମ୍ଭ ହେଉଥିଲେ ହେଁ ସୂର୍ଯ୍ୟୋଦୟ କାଳକୁ ନେଇ ପୂର୍ଣ୍ଣିମା ୯ତାରିଖରେ ପାଳନ ହେବ ଏବଂ ପୂର୍ଣ୍ଣିମା ତିଥି ଦିନ ୧ଟା ୨୪ମିନିଟ୍ ଯାଏ ବଳବତ୍ତର ରହିବ । ଭଉଣୀମାନଙ୍କୁ ଭାଇ ହାତରେ ରାଖୀ ବାନ୍ଧିବାର ଶୁଭ ସମୟ ୭ଘଣ୍ଟା ୩୬ମିନିଟ (ଭୋର ୫ଟା ୪୮ମିନିଟ୍ରୁ ୧ଟା୨୪ମିନିଟ୍) ମିଳିପାରିବ ବୋଲି ଜ୍ୟୋତିଷମାନଙ୍କର ମତ।
କହିବା ବାହୁଲ୍ୟଯେ ଶୁଭ ସମୟରେ ଶୁଭ କାମ କଲେ ଏହାର ଫଳ ମଧ୍ୟ ଶୁଭପ୍ରଦ ହୋଇଥାଏ । ଏଥର ବି ରାଖୀ ପୂର୍ଣ୍ଣିମାରେ ଭଦ୍ରାକାଳ ତଥା ରାହୁକାଳର ପ୍ରଭାବ ରହୁଛି । ରାହୁକାଳର ଛାୟା ସକାଳ ୯ଟା ୦୭ମିନିଟ୍ରୁ ୧୦ଟା ୪୭ ଯାଏ ରହୁଛି। ଏଣୁ ଏହି ସମୟ ସମେତ ଭଦ୍ରାକାଳ ଅପରାହ୍ନ ୨ଟା ୧୨ମିନିଟ୍ ପରଠାରୁ ଭାଇ ହାତରେ ରାଖୀ ବାନ୍ଧିବା ପାଇଁ ଉପଯୁକ୍ତ ସମୟ ନୁହେଁ।