ଭଦ୍ରକ ୩।୬: ଯାତ୍ରା ଜଗତରେ ଚାଲିଥିବା ବିବାଦ ମଧ୍ୟରେ ମୁହଁ ଖୋଲିଛନ୍ତି ରାଜଧାନୀ ଅପେରାର ପରିଚାଳକ ଜଗତ ଜୀବନ ପଣ୍ଡା । ମାମୁନି ଓ ପୂଜାଙ୍କୁ ଟାର୍ଗେଟ୍ କରିଛନ୍ତି ଜଗତ ଜୀବନ ପଣ୍ଡା । ବାପି ଓ ନରି ପଣ୍ଡାଙ୍କୁ ପ୍ରଶଂସା କରିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ, ଆଗାମୀ ଯାତ୍ରା ଋତୁ ବେଳକୁ ସବୁ ଠିକ୍ ହୋଇଯିବ ବୋଲି ଜଗତ ଜୀବନ କହିଛନ୍ତି ।
ସେ କହିଛନ୍ତି ଯେ, ମାମୁନି ମୋ ଲେଭଲର ନୁହେଁ ଯେ ମୁଁ ତା କଥା ଶୁଣିବି । ସେ ମାୟାନଗରୀ ଯାତ୍ରା ପାର୍ଟିକୁ ୪ ମାସ ପୂର୍ବରୁ ପାର୍ଟି ଭାଙ୍ଗିଦେଇ ଚାଲିଆସିଥିଲା । ଇନ୍ଦ୍ରଭୂବନ ଆଖଡାଘରୁ ବିଦା ହୋଇଥିଲା । ଏ କ୍ଲାସ୍ ଅନୁଷ୍ଠାନ ଅଭିଧାନରୁ ତା ନାଁଟି ଲିଭିସାରିଲାଣି । ସେ ବୋଧହୁଏ ସେଥିପ୍ରତି ଅବଗତ ନାହିଁ । ମାଲିକ ଏବଂ ମ୍ୟାନେଜରଙ୍କୁ ଯେଉଁଭଳି ଭାବେ କହୁଛନ୍ତି ସେଥିରୁ ତାଙ୍କ କ୍ଲାସ୍ ବାରି ହୋଇପଡୁଛି ।
ନାଣ୍ଡୁ ବାବୁ ଓ ପୂଜାଙ୍କ ମଧ୍ୟରେ ବିବାଦକୁ ନେଇ ମୁହଁ ଖୋଲିଲେନି ଜଗତ ଜୀବନ ପଣ୍ଡା । ମାମୁନି ନାଣ୍ଡୁ ବାବୁଙ୍କ ବିରୋଧରେ ଆଇନ ମନ୍ତ୍ରୀଙ୍କ ନିକଟକୁ ଯିବାକୁ ନେଇ କହିଛନ୍ତି, ଆଇନ ଅନୁଯାୟୀ ଯାହା ପଦକ୍ଷେପ ନିଆଯିବ ତାକୁ ଆମେ ଗ୍ରହଣ କରିବୁ ।
କିଛି ବିଶୃଙ୍ଖଳିତ କଳାକାର ମାନଙ୍କ ପାଇଁ ଯାତ୍ରା ଜଗତ କଳୁଷିତ ହୋଇଯାଇଥିଲା । ଯାତ୍ରା ମାଲିକ ମାନେ ଅତିଷ୍ଠ ହୋଇଯାଇଥିଲେ । ଆଗାମୀ ବର୍ଷ ଯାତ୍ରା ଜଗତ ସୁରୁଖୁରୁରେ ଚାଲିବ । ଧାନରୁ ଅଗାଡି ଯେମିତି ବାହାର କରାଯାଏ ସେହିପରି କିଛି ବିଶୃଙ୍ଖଳିତ କଳାକାର ମାନଙ୍କୁ ବାହାର କରାଯିବ । ଯାତ୍ରା ମାଲିକ ମାନେ ସଜାଗ ହେଲେଣି । ଆଖଡା ସରିବା ପରେ ପରେ ସବୁକିଛି ଠିକ୍ ହୋଇଯିବ । ସେ କହିଛନ୍ତି, ଧାନ ରୋଇବ ଦକ୍ଷିଣର, ଅଗାଡ଼ି ରୋଇବ ଉତ୍ତରର ।
ସେପଟେ ମାଲିକ ସଂଘ ମଧ୍ୟରେ ଫାଟ ସୃଷ୍ଟି ହେଲାଣି କି ବୋଲି ପ୍ରଶ୍ନରେ ଜଗତ ଜୀବନ କହିଛନ୍ତି, ପ୍ରଶ୍ନ ଉଠୁନି ମାଲିକ-ମାଲିକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ମାଲିକ ସଂଘ ସମସ୍ତେ ଏକ୍ ଅଛନ୍ତି । ମୁଁ ପ୍ରତିଶ୍ରୁତି ଦଉଛି ଯାତ୍ରାଜଗତ ଶୃଙ୍ଖଳିତ ଚାଲିଛି ଏବଂ ଚାଲିବ ମଧ୍ୟ ।
ବାପି ପଣ୍ଡା ଏବଂ ନରି ପଣ୍ଡାଙ୍କୁ ଖୁବ୍ ପ୍ରଶଂସା କଲେ ଜଗତ ଜୀବନ । କହିଲେ ପ୍ରକୃତରେ ସେମାନେ କଳାକାର । ବାଦ ବିବାଦ ମଧ୍ୟରେ ସେମାନେ ଯାତ୍ରା କେବେ ଅଧାରୁ ବନ୍ଦ କରିନାହାନ୍ତି ।
You Can Read:
ସୁନ୍ଦରଗଡ଼ରୁ ୪ ଟନ୍ ବିସ୍ଫୋରକ ଲୁଟ୍ ଘଟଣା : ଗୋଦାମ ମାଲିକ ଗିରଫ ସୂଚନା, ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା