ସୋନମ ରଘୁବଂଶୀଙ୍କ ଠାରୁ ବୟସରେ ସାନ ରାଜ୍‌ , ପ୍ରେମ ସଂପର୍କକୁ ନେଇ ମେଘାଳୟ ପୁଲିସ କହିଲା ...

Published By : Prameya-News7 Bureau | June 09, 2025 IST

ଇନ୍ଦୋର :  ସାରା ଦେଶରେ ଚର୍ଚ୍ଚାରେ ଏବେ ରାଜା ରଘୁବଂଶୀଙ୍କର ହତ୍ୟାକାଣ୍ଡ ଘଟଣା। ମେଘାଳୟ ପୁଲିସ ସୋମବାର ସଙ୍କେତ ଦେଇଛି ଯେ, ରାଜା ରଘୁବଂଶୀଙ୍କର ହତ୍ୟା ପଛରେ ତାଙ୍କ ପତ୍ନୀ ସୋନମଙ୍କର, ରାଜ କୁଶୱାହା ସହ ପ୍ରେମ ସଂପର୍କ କାରଣରୁ ହୋଇପାରେ। ପୁଲିସ କୁଶୱାହା ଓ ଆଉ ତିନି ଜଣଙ୍କୁ ଇନ୍ଦୋରର ରାଜଙ୍କର ହତ୍ୟା ଅଭିଯୋଗରେ ଗିରଫ କରିଛି। ରାଜା ନିଜର ପତ୍ନୀ ସୋନମଙ୍କ ସହ ବିବାହ ପରେ ହନିମୁନ୍‌ ପାଇଁ ଶିଲଂ ଯାଇ ଥିଲେ, ସେଠାରେ ନିଖୋଜ ହେବା ପରେ ୨ଜୁନରେ ତାଙ୍କର ଶବ ଖାଇରୁ ମିଳିଥିଲି। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଧାରୁଣା ଅସ୍ତ୍ରରେ ତାଙ୍କର ହତ୍ୟା କରାଯାଇଛି।

ମେଘାଳୟ ପୁଲିସର କହିବାନୁସାରେ , ସୋନମ ରଘୁବଂଶୀ କଥିତ ଭାବେ ମର୍ଡରର ଷଡ଼ଯନ୍ତ୍ର ରଚିଥିଲେ ଏବଂ ଘଟଣାକୁ ସାକାର କରିବା ପାଇଁ ସୁପାରୀ ଦେଇ ଥିଲେ। ଅନେକ ଦିନ ଯାଏ ଫେରାର ରହିବା ପରେ ସୋନମଙ୍କୁ ସୋମବାର ସକାଳେ ଉତ୍ତର ପ୍ରଦେଶର ଗାଜିପୁରରୁ ଗିରଫ କରାଯାଇଛି। ଏହି ମଧ୍ୟରେ ସୂତ୍ରାନୁସାରେ , ସୋନମ୍‌ ନିଜକୁ ନିର୍ଦ୍ଦୋଷ କହି ପୁଲିସକୁ କହିଥିଲେ ଯେ , ତାଙ୍କର ଅପହରଣ କରାଯାଇ ଥିଲା ଏବଂ ଗାଜିପୁରରେ ଫିଙ୍ଗି ଅପହରଣକାରୀ ଫେରାର ହୋଇଗଲେ। ପ୍ରାରମ୍ଭିକ ଭାବେ ହତାର କାରଣ ସୋନମ ଓ ରାଜ ନାମକ ଜଣେ ଯୁବକ ମଧ୍ୟରେ ପ୍ରେମ ସଂପର୍କ କୁହାଯାଉଛି। ରାଜ୍‌ ସୋନମଙ୍କ ଠାରୁ ବୟରେ ୩ ବର୍ଷ ସାନ । ସୋନମ ୨୪ ବର୍ଷର , ରାଜ ୨୧ ବର୍ଷ ବୟସର ଥିବା କୁହାଯାଉଛି।

ମେଘାଳୟରେ ପୂର୍ବ ଖାସି ହିଲ୍ଲର ଏସପି ବିବେକ ସଇମ କହିଛନ୍ତି , ଟିମ୍‌ ସେଠାରେ ପହଞ୍ଚିଲା ପରେ , ତାକୁ ଗିରଫ କରାଯିବ ...ଏମିତି ଲାଗୁଛି ( ସୋନମଙ୍କର ଜଣେ ପ୍ରେମକ ଥିଲା) ...ମେଘାଳୟ ପୁଲିସର ଦୁଇଟି ଟିମ୍‌  ମଧ୍ୟ ପ୍ରଦେଶରେ ଅଛନ୍ତି ଏବଂ ଗୋଟିଏ ଟିମ୍‌ ସୋନମଙ୍କୁ ଗିରଫ କରିବାକୁ ୟୁପି ଯାଉଛି। ଏହା ସତ ଯେ, ସେ ନିଜର ପରିବାର ଲୋକଙ୍କୁ ଫୋନ କରିଥିଲେ। କିନ୍ତୁ ଏ ସବୁ ପୁଲିସର ଚଢାଉ ପରେ ହୋଇଛି। ଯଦି ଆପଣ ଏହାକୁ ତର୍କ ପୂର୍ଣ୍ଣ ଭାବେ ଦେଖିବେ ତ, ସେ ଏତେ ଦିନଧରି ସାମ୍ନାକୁ ଆସୁ ନଥିଲେ, ଯେତେବେଳେ ରାଜ କୁଶୱାହା ସମେତ ଅନ୍ୟମାନେ ଧରାପଡ଼ିଲେ, ହଠାତ୍‌ ସେ ସାମ୍ନାକୁ ଆସିଗଲେ। ଏହା ଆପେ ଆପେ ସବୁ ସ୍ପଷ୍ଟ ହୋଇଛି। 

ଏସପି ସେହି ଅଭିଯୁକ୍ତଙ୍କର ମଧ୍ୟ ନାଁ ନେଇଛନ୍ତି , ଯାହାଙ୍କୁ ଏହି କେସ୍‌ରେ ଗିରଫ କରାଯାଇଛି। ସେ ଏଏନଆଇକୁ କହିଛନ୍ତି, ପ୍ରଥମ ଅଭିଯୁକ୍ତ ୧୯ ବର୍ଷିୟ ଆକାଶ ରାଜପୁତ, ଯିଏ ଲଳିତପୁରରେ ରୁହେ। ଦ୍ୱିତୀୟ ଜଣଙ୍କ ୨୨ ବର୍ଷିୟ ବିଶାଳ ଚୌହାନ, ଯିଏ ଇନ୍ଦୋରର ଏବଂ ୩ୟ ଅଭିଯୁକ୍ତ ଜଣଙ୍କ ୨୦ ବର୍ଷର ରାଜ କୁଶୱାହା। ସେ ମଧ୍ୟ ଇନ୍ଦୋରେ ରହୁଛି। ଗୋଟିଏ ଦିନ ପୂର୍ବେ ସୋନମ ରଘୁବଂଶୀ ଗାଜିପୁରରେ ଥିଲେ। ଆମେ ଅନ୍ୟ ଅଭିଯୁକ୍ତଙ୍କୁ ସାଗର ଜିଲ୍ଲାରୁ ଗିରଫ କରିଛୁ । ଜଣେ ବ୍ୟକ୍ତିକୁ ନନ୍ଦଗଡ଼ରୁ ହେପାଜତକୁ ନିଆଯାଇଛି। ୩ୟ ଟିମ୍‌ ସୋନମ୍‌ ରଘୁବଂଶୀକୁ ଗିରଫ କରାଯାଇଛି। ଏହି ଲୋକେ ୨୩ ମେ’ରେ ହତ୍ୟାକାଣ୍ଡ ଘଟାଇ ଥିଲେ ଏବଂ ଫେରାର ହୋଇ ଯାଇଥିଲେ। ସେପର୍ଯ୍ୟନ୍ତ ଆମକୁ ହତ୍ୟାକାଣ୍ଡର ସୂଚନା ନଥିଲା। ଆମେ ସେମାନଙ୍କର ତଲାସ କରୁଥିଲୁ। ଫେରାର ହେବାର ସୂଚନା ଥିଲା ଏବଂ ମୃତଦେହ ମିଳୁ ନଥିଲା। ୨ ଜୁନ୍‌ରେ ହିଁ ମୃତଦେହ ମିଳିଲା ଏବଂ ଏସଆଇଟିର ଗଠନ କରି ଯାଞ୍ଚ ଆରମ୍ଭ କରାଯାଇଛି। 

ସେ ଏହି କଥାର ସ୍ପଷ୍ଟ କରିଛନ୍ତି ଯେ,ରାଜ କୁଶୱାହା ହତ୍ୟାକାଣ୍ଡର ଷଡ଼ଯନ୍ତ୍ରରେ ସାମିଲ ହୋଇପାରେ। ଅଧିକାରୀ କହିଛନ୍ତି, ଯଦି ଆମେ ଡଟ୍‌ସକୁ କନେକ୍ଟ କରିବା , ପ୍ରାରମ୍ବିକ ଯାଞ୍ଚ କହୁଛି ଯେ, କେମିତି ଏହି ପୁରା ଘଟଣା ହଟିଥିଲା। ସୋନମଙ୍କ ସହ ରାଜ କୁଶୱାହା ଥିଲା , ଥରେ ଏହି ଦୁଇଜଣ ଏଠାକୁ ଆସିଗଲେ ତ ଆମେ ଅନ୍ତିମ ରୂପେ ସ୍ପଷ୍ଟ କରିବୁ। କିଛି ଦିନରୁ ସୋନମ ଓ ଅନ୍ୟମାନେ ଅଣ୍ଡରଗ୍ରାଉଣ୍ଡ ଥିଲେ। କାଲି ଯେବେ ଆମର ଅପରେସନ ଆରମ୍ଭ ହେଲା ତ ସେ ହଠାତ୍‌ ସାମ୍ନାକୁ ଆସିଗଲେ। ସାଗରରୁ ଜଣେ ଆନନ୍ଦ କୁର୍ମି ନାମକ ଅଭିଯୁକ୍ତକୁ ଧରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.