ଦିନରେ ଖରା, ଅପରାହ୍ନରେ ବର୍ଷା ; ଉପକୂଳ ଓଡ଼ିଶାରେ ୫ ଯାଏଁ କାଁ ଭାଁ ଛେଚିବ

Published By : Prameya-News7 Bureau | August 02, 2025 IST

ଭୁବନେଶ୍ୱର ୦୨।୦୮ : ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁଁ ଦିନରେ ଖରା ପାଗ ରହୁଥିବା ବେଳେ ଅପରାହ୍ଣ ଆଡ଼କୁ ପାଗ ମେଘୁଆ ରହିବା ସହ ବର୍ଷା ହେଉଛି। ଆଜି ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତା ୪ ଦିନ ରାଜ୍ୟରେ ଏହି ପାଗ ଲାଗିରହିବ। ମୌସୁମୀ ଟ୍ରଫ୍ ଏବେ ଶ୍ରୀଗଙ୍ଗାନଗର, ରୋହତକ, ଶାହଜାହାନପୁର, ଗୋରଖପୁର, ଦରଭଙ୍ଗା, ଶାନ୍ତିନିକେତନ, କ୍ୟାନିଂ ଦେଇ ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗରକୁ ଯାଇଛି। 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆଜି ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୫ ତାରିଖ ଯାଏ ରାଜ୍ୟରେ ଏହି ପାଗ ଜାରି ରହିବ ବୋଲି ସୂଚନା ମିଳିଛି।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.