ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ କଲେ ରାଷ୍ଟ୍ରପତି ପୁଟିନ, ଆଲାସ୍କାରେ ଟ୍ରମ୍ପଙ୍କ ସହ ବୈଠକ ଉପରେ ଦେଲେ ସୂଚନା

Published By : Prameya-News7 Bureau | August 18, 2025 IST

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କଥା ହୋଇଛନ୍ତି । ଆଲାସ୍କାରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବାବଦରେ ପୁଟିନ ସୂଚନା ଦେଇଛନ୍ତି । ରୁଷ ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ କରିବା ଏଥିପାଇଁ  ଗୁରୁତ୍ୱପୂର୍ଣ୍ଣ, କାରଣ ସୋମବାର ରାତିରେ ୟୁରୋପୀୟ ନେତା ଜେଲେନସ୍କିଙ୍କ ସହ ୱାଶିଂଟନରେ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଏହି ଆଲୋଚନା ବାବଦରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, 'ମୋର ବନ୍ଧୁ, ରାଷ୍ଟ୍ରପତି ପୁଟିନଙ୍କ ଫୋନ ଆସିଥିଲା ଓ ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ହୋଇଥିବା ବୈଠକ ବାବଦରେ ସୂଚନା ପ୍ରଦାନ ପାଇଁ ଧନ୍ୟବାଦ । ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସବୁବେଳେ ଆହ୍ୱାନ କରିଛି ଓ ଏହି ପ୍ରସଙ୍ଗରେ ସବୁ ଉଦ୍ୟମକୁ ସମର୍ଥନ କରୁଛି । ମୁଁ ଆଗାମୀ ଦିନରେ ଆମର ନିରନ୍ତର ଆଦାନ-ପ୍ରଦାନ ନେଇ ଆଶା କରୁଛି ।'

ୟୁରୋପୀୟ ନେତାମାନେ ଆଜି ରାତିରେ ୱାଶିଂଟନରେ ଜେଲେନସ୍କିଙ୍କ ସହ ଟ୍ରମ୍ପଙ୍କୁ ସାକ୍ଷାତ କରିବାରର କାର୍ଯ୍ୟକ୍ରମ ରହିଛି। ଭାରତ ଏବଂ ରୁଷର ବନ୍ଧୁତା ଏବଂ ବାଣିଜ୍ୟିକ ସହଯୋଗ ଯୋଗୁଁ, ଆମେରିକା ସମ୍ପ୍ରତି ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିଛି । ଯଦି ଏହି ଯୁଦ୍ଧରେ ଶାନ୍ତି ହୁଏ, ତେବେ ଭାରତ ବିରୁଦ୍ଧରେ ଲଗାଯାଇଥିବା ଏହି ଶୁଳ୍କ ମଧ୍ୟ ଶେଷ ହୋଇପାରେ। ଭାରତ ରୁଷର ଏକ ବଡ଼ ବାଣିଜ୍ୟିକ ଅଂଶୀଦାର, ତେଣୁ ବୈଠକ ପରେ ୟୁରୋପୀୟ ନେତାମାନେ ନେଇଥିବା ନିଷ୍ପତ୍ତି ରୁଷ ସହିତ ଭାରତକୁ ମଧ୍ୟ ପ୍ରଭାବିତ କରିପାରେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.