ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଆକ୍ସିୟମ-୪ ମହାକାଶ ମିଶନର ପାଇଲଟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଭେଟିଛନ୍ତି। ପିଏମ୍ ଶୁଭାଂଶୁଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ ଏବଂ ତାଙ୍କ କାନ୍ଧରେ ହାତ ରଖି ତାଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ଆକ୍ସିୟମ-୪ ମିଶନ ପ୍ୟାଚ୍ ଦେଇଥିଲେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫ୍ ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଉଭୟଙ୍କ ସାକ୍ଷାତକାରର ପୋଷ୍ଟ ସେୟାର କରି କହିଛନ୍ତି, ‘‘ଶୁଭାଂଶୁ ଶୁକ୍ଳାଙ୍କ ସହ ଏକ ଭଲ ଆଲୋଚନା ହୋଇଥିଲା। ଆମେ ମହାକାଶରେ ତାଙ୍କର ଅଭିଜ୍ଞତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ପ୍ରଗତି ଏବଂ ଭାରତର ମହତ୍ୱାକାଂକ୍ଷୀ ଗଗନଯାନ ମିଶନ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ। ଭାରତ ତାଙ୍କ ସଫଳତା ପାଇଁ ଗର୍ବିତ।"
Had a great interaction with Shubhanshu Shukla. We discussed a wide range of subjects including his experiences in space, progress in science & technology as well as India's ambitious Gaganyaan mission. India is proud of his feat.@gagan_shux pic.twitter.com/RO4pZmZkNJ
— Narendra Modi (@narendramodi) August 18, 2025
ପୂର୍ବରୁ ରବିବାର ଭାରତ ଫେରିଥିବା ଶୁଭାଂଶୁଙ୍କୁ ଶୁକ୍ଲାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ସୋମବାର ଶୁଭାଂଶୁଙ୍କୁ ଲୋକସଭାରେ ମଧ୍ୟ ସମ୍ମାନିତ କରାଯାଇଥିଲା।
ସୂଚନାଥାଉକି, ଶୁଭାଂଶୁ ଶୁକ୍ଲା ଜୁଲାଇ ୧୫ ତାରିଖରେ ୧୮ ଦିନିଆ ଆକ୍ସିଅମ୍-୪ ମିଶନ୍ ସାରିଥିଲେ। ଏହି ୧୮ ଦିନ ISSରେ ଥିବା ଅନ୍ୟ ତିନି ଜଣ କ୍ରୁ ସଦସ୍ୟଙ୍କ ଶୁଭାଂଶୁ ୬୦ରୁ ଅଧିକ ପରୀକ୍ଷଣ କରିଥିଲେ।