ନୂଆଦିଲ୍ଲୀ : ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ପକ୍ଷରୁ ପ୍ରଶାନ୍ତ କିଶୋରଙ୍କ ଉପରେ ମାନହାନି ମାମଲା ରୁଜୁ କରାଯାଇଛି। ଏହା ଉପରେ ଏବେ ଜନ ସୁରାଜର ସଂସ୍ଥାପକ ପ୍ରଶାନ୍ତ କିଶୋରଙ୍କ ଆସିଛି ପ୍ରତିକ୍ରିୟା। ମଙ୍ଗଳବାର( ୩ଜୁନ, ୨୦୨୫)ରେ ସାମ୍ୱାଦିକଙ୍କ ସହ କଥାବାର୍ତ୍ତାରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଆମକୁ ମାନହାନି, ମୋକଦମା ଓ ଏଫଆଇଆରରେ ଡ଼ରାଇବାକୁ କେହି ଜନ୍ମ ହୋଇ ନାହିଁ।
ସାମ୍ୱାଦିକଙ୍କୁ ପିକେ କହିଛନ୍ତି , ଆପଣ ଯାହାର (ଅଶୋକ ଚୌଧୁରୀ) ନାଁ ନେଉଛନ୍ତି , ସେ ଯେତେ ଥର ଚାହୁଁଛନ୍ତି ସେତେଥର ମାନହାନି କେସ୍ କରନ୍ତୁ , ଏଫଆଇଆର ଦିଅନ୍ତୁ। ପ୍ରଶାନ୍ତ କିଶୋର କାହାକୁ ଡ଼ରିବାର ଦେଖାଯାଉଛି କି ? ଆମେ କଣ କୌଣସି ବାଲି ମାଫିଆ ? ଆମେ ମଦ ଧନ୍ଦା କରୁଛି କି ? କୌଣସି ସରକାରୀ ପଦରେ ଅଛୁ କି ? ପୂର୍ଣ୍ଣ ଉତ୍ସାହର ସହ ବିହାରରେ ଅଭିଯାନ ଚଲାଇ ଆସୁଛୁ ଏବଂ ଦେଖି ନିଅ ଆପଣଙ୍କ ସାମ୍ନାକୁ ଆସିଛୁ , ଜଣେ ବି ହାବିଲଦାର ମଧ୍ୟ ଆମ ସହ ନାହାନ୍ତି। ଯେଉଁ ବିହାରରେ ମୁଖିଆ ହେବା ପରେ ସୁରକ୍ଷା ନାଁରେ ୪ଜଣ ଗନମ୍ୟାନ ନେଇ ବୁଲୁଛନ୍ତି , ସେହି ବିହାରରେ ୩ବର୍ଷ ହେବ ଚାଲୁଛୁ ଏବଂ ଆମକୁ ଗୋଟିଏ ବି କୁକୁର କେବେ କାମୁଡ଼ି ନାହିଁ।
ପ୍ରଶାନ୍ତ କିଶୋର କହିଛନ୍ତି , ଗାନ୍ଧୀ ମୈଦାନରେ ଏହି ସରକାର ଆମକୁ ଗିରଫ କରିବା ପାଇଁ ଅନ୍ଧାରରେ ଉଠାଇ ନେଇଥିଲା। ୨୦ଟି ଥାନାର ଲୋକ ଆମକୁ ମିଶି ଗିରଫ କରିବାକୁ ଯାଇଥିଲେ। କୋର୍ଟକୁ ନେଇ ଗଲେ। କଣ ହେଲା ? ସେହି ଦିନ ଡ଼ରରେ ଛାଡ଼ି ଦେଲେ। କେହି ବିହାରରେ ଠିଆ ହୋଇ କହି ପାରିବ ନାହିଁ ଯେ, ପ୍ରଶାନ୍ତ କିଶୋର କାହା ଠାରୁ ଟଙ୍କାଟିଏ ନେଇଛି। କେହି କହି ପାରିବ ନାବିଁ ଯେ, ଆମେ କିଛି ଭଲ କରିଥିବୁ। କେହି କହି ପାରିବ ନାହିଁ ଯେ, ଆମେ ଯାଇ କାହା ସହ ଗାଳି ଗୁଲଜ କରୁଛୁ।
ପିକେ ଆହୁରି କହିଛନ୍ତି , ଆମେ କହିଛୁ କି ବିପିଏସସି ଠାରୁ ଚାକିରି ବିକ୍ରି କରାଯାଉଛି। ସେହି ଲୋକମାନେ ମଧ୍ୟ କହିଥିଲେ ଯେ, ମାନହାନିର ମୋକଦମା କରିବେ। ନୋଟିସ୍ ପଠାଇଲେ। ମାନହାନି କେସ୍ କରିବାର ସାହସ ହେଲା କି ? କିଏ ନଜାଣେ ଏଠାରେ ସରକାରୀ ଚାକିରି ବିକ୍ରି ହୁଏ। ଏହା କହିବା ଦ୍ୱାରା ଯଦି କେସ୍ ହୁଏ ତ ସବୁ ସାମ୍ୱାଦିକଙ୍କ ଉପରେ ମାନହାନି କେସ୍ ହେବ।
ସାମ୍ୱାଦିକମାନେ ପ୍ରଶ୍ନ କରିଥିଲେ କି ଆପଣ ନିଜ କଥାରେ ସ୍ଥିର ଯେ, ଅଶୋକ ଚୌଧୁରୀଙ୍କ ଝିଅଙ୍କୁ ପଇସା ଦେଇ ଟିକେଟ୍ ନିଆଯାଇ ଥିଲା? ଏହା ଉପରେ ପିକେ କହିଛନ୍ତି , ଏହି କଥାକୁ ବିହାରରେ ଚାରିଆଡ଼େ ଚର୍ଚ୍ଚା । ଏହା ପ୍ରଶାନ୍ତ କିଶୋରକୁ କହିବା ଆବଶ୍ୟକ ନାହିଁ।