ସତ ମାନିଲା ପ୍ରାଡା: କହିଲା ଆମେ କୋହ୍ଲାପୁରୀରୁ ଅନୁପ୍ରାଣିତ ହୋଇ ଚପଲର ଡିଜାଇନ ପ୍ରଦର୍ଶନ କରିଥିଲୁ

Published By : Prameya-News7 Bureau | June 28, 2025 IST

indiatoday

ନୂଆଦିଲ୍ଲୀଭାରତର ମହାରାଷ୍ଟ୍ରର କୋହ୍ଲାପୁରୀ ଚପଲ ଷ୍ଟାଇଲ୍‌କୁ ଚୋରାଇ ଅନ୍ତର୍ଜାତୀୟ ଲଗ୍‌ଜୁରୀ ବ୍ରାଣ୍ଡ୍‌ ପ୍ରାଡା ନିଜର ଡିଜାଇନ ବୋଲି କହି ଚପଲ ବିକ୍ରି କରୁଥିଲା। ହେଲେ ଭାରତରେ ଏହାକୁ ତୀବ୍ର ବିରୋଧ କରିବାରୁ ପ୍ରାଡା ଏବେ ସତ ସ୍ୱୀକାର କରିଛି। କେବଳ ଯେ ସତ ମାନିଛି ତାହା ନୁହେଁ, ଭାରତର ଏହି କାରିଗରି ଶତାଧିକ ବର୍ଷ ପୁରୁଣା ବୋଲି ମଧ୍ୟ କମ୍ପାନୀ କହିଛି। 

ପିଆରଆଇର ରିପୋର୍ଟ ଅନୁସାରେ ଏନେଇ ପ୍ରାଡା ପକ୍ଷରୁ ମହାରାଷ୍ଟ୍ର ଚାମ୍ବର ଅଫ୍ କମର୍ସ, ଇଣ୍ଡଷ୍ଟ୍ରି ଆଣ୍ଡ୍ ଏଗ୍ରିକଲଚର୍ (MACCIA) ପାଇଁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ ପ୍ରାଡାର ମୁଖପାତ୍ର କହିଛନ୍ତି “ନିକଟରେ ପ୍ରାଡା ପୁରୁଷ ୨୦୨୬ ଫ୍ୟାଶନ୍ ଶୋ'ରେ ପ୍ରଦର୍ଶିତ ହୋଇଥିବା ଚପଲ ପାରମ୍ପରିକ ଭାରତୀୟ ହସ୍ତଶିଳ୍ପ ଚପଲ ଦ୍ୱାରା ଅନୁପ୍ରାଣିତ ହୋଇଛି ବୋଲି ଆମେ ସ୍ୱୀକାର କରୁଛୁ। ଏହାର ଶତାଧିକ ବର୍ଷ ପୁରୁଣା ଐତିହ୍ୟ ରହିଛି। ଆମେ ଏଭଳି ଭାରତୀୟ କାରିଗରୀର ସାଂସ୍କୃତିକ ଗୁରୁତ୍ୱକୁ ଗଭୀର ଭାବରେ ସ୍ୱୀକାର କରୁଛୁ।” ତେବେ ଶୋରେ ପ୍ରଦର୍ଶିତ କରାଯାଇଥିବା ଚପଲ ଉତ୍ପାଦନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇ ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି।

କମ୍ପାନୀ କହିଛି “ଦୟାକରି ଧ୍ୟାନ ଦିଅନ୍ତୁ ଯେ, ବର୍ତ୍ତମାନ ସମ୍ପୂର୍ଣ୍ଣ ଆମର ଏହି ଚପଲଟିର ଡିଜାଇନ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଏହାର କୌଣସି ବାଣିଜ୍ୟିକୀକରଣ କରାଯାଇ ନାହିଁ।” ପ୍ରାଡା ଫେସନ ଶୋରେ ଭାରତର ଏହି ଷ୍ଟାଇଲ୍ ଚପଲ ବ୍ୟବହାର କରିବାରୁ MACCIA ଏନେଇ ବ୍ରାଣ୍ଡକୁ ଚିଠି ଲେଖି ଚିନ୍ତା ବ୍ୟକ୍ତ କରିଥିଲା। ଭାରତର ସାଂସ୍କୃତିକ ଅଭାବ ସ୍ୱୀକୃତି ଦେବାକୁ ନେଇ ପ୍ରଶ୍ନ ଉଠାଇଥିଲା। ୨୦୧୯ରୁ କୋହ୍ଲାପୁରିକୁ ଜିଆଇ ଟ୍ୟାଗ୍ ମିଳି ସାରିଥିବା ବେଳେ ବ୍ରାଣ୍ଡର ବିନା ସ୍ୱୀକାରୋକ୍ତିରେ ଏଭଳି ପ୍ରଦର୍ଶନ କରିବା ନେଇ MACCIA ଚିଠିରେ ଚିନ୍ତା ବ୍ୟକ୍ତ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.