ଓଡ଼ିଶାକୁ ପୁଣି ଫେରିବ ପୋସ୍କୋ! ଜେଏସଡବ୍ଲୁ ସହ ମିଶି ସ୍ଥାପନ କରିବ ବିଶାଳ ଷ୍ଟିଲ ପ୍ଲାଣ୍ଟ, ଚୁକ୍ତି ସ୍ୱାକ୍ଷରିତ

Published By : Prameya-News7 Bureau | August 18, 2025 IST

internet

ଭୁବନେଶ୍ୱର: ପୁଣିଥରେ ଓଡ଼ିଶାକୁ ଫେରିପାରେ ପୋସ୍କୋ। ଭାରତୀୟ କମ୍ପାନୀ ଜେଏସ୍‌ଡବ୍ଲୁ ଷ୍ଟିଲ ଲିମିଟେଡ୍ ସହ ମିଶି ଦକ୍ଷିଣ କୋରିଆର ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ପୋସ୍କୋ ହୋଲ୍ଡିଂ ଭାରତରେ ୭୦ ରୁ ୮୦ ହଜାର କୋଟି ଟଙ୍କା ନିବେଶ କରି ଏକ ବଡ଼ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି। ଯେଉଁ ପ୍ଲାଣ୍ଟରେ ବାର୍ଷିକ ୬ ମିଲିଅନ ଟନ୍ ଷ୍ଟିଲ ଉତ୍ପାଦନ ହୋଇପାରିବ। ଏହି ପ୍ଲାଣ୍ଟ ଓଡ଼ିଶାରେ ସ୍ଥାପନ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। ଏନେଇ ଦୁଇ କାର୍ଯ୍ୟାକାରୀ ଅଧିକାରୀ ସୂଚନା ଦେଇଥିବା ଲାଇଭ୍‌ମିଣ୍ଟରେ ଖବର ପ୍ରକାଶ ପାଇଛି।  

ଦୁଇ ଅଧିକାରୀ ନାଁ ଗୋପନ ରଖିଛନ୍ତି ଯେ ଏପ୍ରିଲ-ଜୁନ୍ ତ୍ରୈମାସିକରେ ଜେଏସ୍‌ଡବ୍ଲୁ ଷ୍ଟିଲ୍ ଓଡ଼ିଶାରେ ୯୦୦ ଏକର ଜମି କିଣିଥିଲା। କମ୍ପାନୀ ଏହି ଜମିରେ ପ୍ଲାଣ୍ଟ ସ୍ଥାପନ କରିପାରେ। ଜେଏସଡବ୍ଲୁ ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଜୟନ୍ତ ଆଚାର୍ଯ୍ୟ ପୂର୍ବରୁ ଏନେଇଂ ସଂକେତ ଦେଇଥିଲେ। ତେବେ ଯେ ଜମି ପାଇଁ କୌଣସି ପ୍ରକଳ୍ପ ଚୂଡ଼ାନ୍ତ ହୋଇନାହିଁ ବୋଲି ସେ କହିଥିଲେ।

ଜୁଲାଇ ଲାଇଭ୍‌ ମିଣ୍ଟକୁ ପ୍ରତିକ୍ରିୟା ଦେଇ ଶ୍ରୀ ଆଚାର୍ଯ୍ୟ କହିଥିଲେ “ଏହି ଜମି କଟକ ସହର, ପାରାଦୀପ ବନ୍ଦର ଏବଂ ଖଣି କ୍ଷେତ୍ର ନିକଟକୁ ଲାଗି ରହିଛି। ଆମ ପାଇଁ ଓଡ଼ିଶାରେ ଏକ ଭୂମି ବ୍ୟାଙ୍କ ରଖିବା ଆବଶ୍ୟକ ବୋଲି ଭାବି ଆମେ ଏହାକୁ ଅଧିଗ୍ରହଣ କରିଛୁ। ତେବେ ଏହି ଜମିରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଯୋଜନା ନାହିଁ। କିନ୍ତୁ ଯଦି ଆବଶ୍ୟକ ପଡ଼େ ତେବେ ଭବିଷ୍ୟତର ସମ୍ପ୍ରସାରଣ ହେବ।”। 

ମିଳିଥିବା ଅପଡେଟ୍ ସୂଚନା ଅନୁସାରେ, ସୋମବାର ପୋସ୍କୋ ଏବଂ ଜେଏସଡବ୍ଲୁ ଷ୍ଟିଲ୍ ମଧ୍ୟରେ ଭାରତରେ ଏକ ଇସ୍ପାତ କାରଖାନା ସ୍ଥାପନ ପାଇଁ ଏକ ଅଣ-ବାଧ୍ୟକତାପୂର୍ଣ୍ଣ ପ୍ରାରମ୍ଭିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଭାରତରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବା ପଇଁ ଏହା ପୋସ୍କୋର ତୃତୀୟ ପ୍ରୟାସ।

ଦୁଇ କମ୍ପାନୀ ମଧ୍ୟରେ ଏହା ଏକ ଅଧା-ଅଧା (୫୦-୫୦)ଜଏଣ୍ଟ ଭେଞ୍ଚର ହେବ। ଏଗ୍ରୀମେଣ୍ଟ ଅନୁସାରେ, ବାର୍ଷିକ ୬ ନିୟୁତ ଟନ୍ (mtpa) ସମନ୍ୱିତ ଇସ୍ପାତ କାରଖାନା ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ସ୍ଥାନ ଭାବରେ ବିବେଚନା କରାଯାଉଛି ବୋଲି ପୋସ୍କୋ ଏବଂ JSW ଷ୍ଟିଲ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଭାରତର ଇସ୍ପାତ ମନ୍ତ୍ରଣାଳୟ ୨୦୩୦ ସୁଦ୍ଧା ଦେଶରେ ଷ୍ଟିଲ ଉତ୍ପାଦନ କ୍ଷମତାକୁ ଦୁଇଗୁଣା କରି ୩୦୦ ଏମ୍‌ଟିପିଏ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ମହତ୍ତ୍ୱାକାଂକ୍ଷା ସହିତ ସମନ୍ୱୟ ରଖି ପୋସ୍କୋ ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି।   

ଏହା ପୂର୍ବରୁ ଲକ୍ସେମବର୍ଗ-ଭିତ୍ତିକ ଆର୍ସେଲରମିତ୍ତଲ ଏବଂ ଜାପାନର ନିପନ ଷ୍ଟିଲ ମଧ୍ୟରେ ଏକ ୬୦-୪୦ ଆଧାରରେ ମିଳିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଜଏଣ୍ଟ ଭେଞ୍ଚର ୨୦୩୫ ସୁଦ୍ଧା ଏହାର ଇସ୍ପାତ ଉତ୍ପାଦନ କ୍ଷମତାକୁ ୧୦ ଏମ୍‌ଟିପିଏରୁ ୪୦ ଏମଟିପିଏକୁ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛି। ଆର୍ଥିକ ସେବା ଫାର୍ମ ଡୋଲାଟ୍ କ୍ୟାପିଟାଲର ମେଟାଲ ଏଣ୍ଡ ମାଇନିଂ ଉପାଧ୍ୟକ୍ଷ ସୁମନ କୁମାର କହିଛନ୍ତି "ପୋସ୍କୋ ପାଇଁ, ଭାରତ ଏକ ଉଦୀୟମାନ ବଜାର, ଯେଉଁଠାରେ ବିଶ୍ୱ ମାନ୍ଦାବସ୍ଥା ସତ୍ତ୍ୱେ ଇସ୍ପାତ ଚାହିଦା ବୃଦ୍ଧି ପାଉଛି। ସ୍ଥାନୀୟ ଭାବରେ ପ୍ରତିଷ୍ଠା କରିବା ଦ୍ୱାରା ସେମାନଙ୍କୁ ଡିମାଣ୍ଡ ପର୍ଯ୍ୟନ୍ତ ପହଞ୍ଚ ସୁବିଧା ହେବ। ବିନା ସେହି ଆମଦାନୀ ଶୁଳ୍କରେ ଯାହା ଭାରତ, ଭିଏତନାମ, ଚୀନ ଓ କୋରିଆ ଭଳି ଦେଶ ଉପରେ ଲାଗୁ ହୋଇଥାଏ। ୫୦:୫୦ ମିଳିତ ଉଦ୍ୟୋଗ ସହିତ ମଧ୍ୟ, ପୋସ୍କୋ ବର୍ଦ୍ଧିତ ଆୟର ଅଧା ସୁରକ୍ଷିତ କରିପାରିବ, ଯାହା ଏହି ଉଦ୍ୟୋଗକୁ ସେମାନଙ୍କ ପାଇଁ ଆର୍ଥିକ ଭାବରେ ଆକର୍ଷଣୀୟ କରିବ।" ତେବେ ଏନେଇ ପୋସ୍କୋ ଓ ଜଏସ୍‌ଡବ୍ଲୁ ଷ୍ଟିଲକୁ ପ୍ରଶ୍ନ କରାଯାଇଥିବା ବେଳେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।  

ତୃତୀୟ ଥର ସଫଳ ହେବ ତ ପୋସ୍କୋ?

୨୦୦୫ ମସିହାରେ, ପୋସ୍କୋ ଓଡ଼ିଶାରେ ୧୨ ଏମ୍‌ଟିପିଏ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ୧୨ ବିଲିୟନ ଡଲାର ନିବେଶ କରିବ ବୋଲି ଘୋଷଣା କରିଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନଠାରୁ ଅଳ୍ପ ଦୂରରେ ଥିବା ଦିଲ୍ଲୀର ଅଶୋକ ହୋଟେଲର ଚତୁର୍ଥ ମହଲାରେ ଅଫିସ ଭଡ଼ାରେ ନେଇଥିଲା। ପରେ ୨୦୧୦ ମସିହାରେ, ଦକ୍ଷିଣ କୋରିଆର ଏହି ଇସ୍ପାତ କମ୍ପାନୀ କର୍ଣ୍ଣାଟକରେ ୬ ଏମ୍‌ଟିପିଏ ଇସ୍ପାତ କାରଖାନା ସ୍ଥାପନ କରିବା ପାଇଁ ୫.୩ ବିଲିୟନ ଡଲାର ନିବେଶ ଘୋଷଣା କରିଥିଲା। ଏହା ସତ୍ତ୍ୱେ ବି କମ୍ପାନୀ ଭାରତରେ କାରଖାନା ଆରମ୍ଭ କରିବାରେ ସଫଳ ହୋଇପାରି ନଥିଲା। 

ପୁଣି ୨୦୧୩ ମସିହାରେ, କମ୍ପାନୀ କର୍ଣ୍ଣାଟକରେ ନିବେଶ କରିବାର ଯୋଜନା ପ୍ରତ୍ୟାହାର କରିନେଇଥିଲା ଏବଂ ୨୦୧୭ ମସିହାରେ, ଓଡ଼ିଶା ପ୍ରକଳ୍ପରୁ ମଧ୍ୟ ଓହରି ଯାଇଥିଲା। ନିୟାମକ ସମସ୍ୟା ଯୋଗୁ ଲୁହା ଖଣି ପାଇବା ଏବଂ ଜମି ଅଧିଗ୍ରହଣ କରିବାରେ ଅସମର୍ଥ ହେବା ଯୋଗୁ ପସ୍କୋର ଭାରତରୁ ଚାଲିଯାଇଥିଲା।

ଏନେଇ ସୁମନ କୁମାର କହିଛନ୍ତି ଭାରତରେ ପ୍ରବେଶ ପାଇଁ ପୋସ୍କୋ ଏହାର ତୃତୀୟ ପ୍ରୟାସ କରୁଛି। JSW ଷ୍ଟିଲ୍ ସହିତ ସହଭାଗୀତା କରିବା ଦ୍ୱାରା ପୋସ୍କ ପାଖରେ ଭୂମି ବ୍ୟାଙ୍କ ଏବଂ  ଅନ୍ୟାନ୍ୟ କଟକଣା ସହଜ ହେବ। ଜେଏସଡବ୍ଲୁ ଷ୍ଟିଲ୍ ଓଡ଼ିଶାରେ ଦକ୍ଷ ପାଇପଲାଇନ ଏବଂ କ୍ୟାପ୍ଟିଭ୍ ଖଣି ସହିତ କମ୍ ମୂଲ୍ୟରେ ଇସ୍ପାତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବେଶ୍ ଜଣାଶୁଣା। ଅନ୍ୟପକ୍ଷରେ, ପୋସ୍କୋ ଉନ୍ନତ ଟେକ୍ନୋଲୋଜୀ ପାଇଁ ଫେମସ ରହିଛି। ତେଣୁ ଏହି ଦୁଇ କମ୍ପାନୀର ମିଳିତ ଉଦ୍ୟୋଗ ଷ୍ଟିଲ ଉତ୍ପାଦନରେ ଭାରତର ଲକ୍ଷ ସାଧନରେ ସହଯୋଗ କରିପାରେ। 

ଜେଏସ୍‌ଡବ୍ଲୁ ଷ୍ଟିଲ୍ ପାଇଁ, ପୋସ୍କୋର ଟେକ୍ନୋନୋଲୋଜୀକୁ ବ୍ୟବହାର କରି ଭାରତରେ ଆମଦାନି ହେଉଥିବା ସ୍ୱତନ୍ତ୍ର ଇସ୍ପାତ, ଯେପରିକି ବୈଦ୍ୟୁତିକ ଇସ୍ପାତ, ଗ୍ରେନଓରିଏଣ୍ଟେଡ୍  ଏବଂ ନନ୍‌ ଗ୍ରେନ ଓରିଏଣ୍ଟେଡ୍ ଷ୍ଟିଲ ଏବଂ ନିଚ୍ ଆଲୟ ତିଆରି କରିପାରିବେ।  ପୋସ୍କୋ ହୋଲ୍ଡିଂସର ପ୍ରତିନିଧି ନିର୍ଦ୍ଦେଶକ ଏବଂ ସଭାପତି ଲି ଜୁ-ଟାଏ ଜେଏସଡବ୍ଲୁ ଷ୍ଟିଲ ସହିତ ଚୁକ୍ତିନାମା ଘୋଷଣା କରି ବିବୃତ୍ତି ଜାରି କରିଥିଲେ। ଭାରତ ଭବିଷ୍ୟତ ବିଶ୍ୱ ଇସ୍ପାତ ଚାହିଦାର କେନ୍ଦ୍ରବିନ୍ଦୁ ବୋଲି ସେ କହିଥିଲେ। 

ଘରୋଇ ଇସ୍ପାତ ବଜାରର ନେତୃତ୍ୱ ନେଉଥିବା ଜଏସ୍‌ଡବ୍ଲୁ ଷ୍ଟିଲର ଆର୍ଥିକ ବର୍ଷ ୨୫ ମସିହାରେ ଭାରତରେ ଉତ୍ପାଦିତ ୧୫୧.୧ ନିୟୁତ ଟନ୍ ମଧ୍ୟରୁ ୨୭.୭୯ ନିୟୁତ ଟନ୍ ଷ୍ଟିଲ ଉତ୍ପାଦନ କରିଥିଲା।  ତା’ପରେ ପଛକୁ ଟାଟା ଷ୍ଟିଲ୍ ଲିମିଟେଡ୍ ୨୧.୬୮ ନିୟୁତ ଟନ୍ ଉତ୍ପାଦନ ସହିତ ଦ୍ୱିତୀୟ ସ୍ଥାନରେ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.