ଟ୍ରକ୍‌ରେ ହେଉଥିଲା ଗୋରୁଚାଲାଣ, ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ୍‌

Published By : Prameya-News7 Bureau | November 13, 2023 IST

କେନ୍ଦୁଝର: ବେଆଇନ ଗୋ' ଚାଲାଣବେଳେ ଧରିଲା ପୋଲିସ୍‌। ଆନନ୍ଦପୁର ୨୦ନଂ ଜାତୀୟ ରଜପଥର ହସନପୁର ଟୋଲ୍ ଗେଟ୍ ନିକଟରେ ସୋମବାର ସକାଳୁ ଏକ ଗୋରୁ ବୋଝେଇ କଣ୍ଟେନରକୁ ଅଟକ ରଖିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ପୋଲିସ୍। କଣ୍ଟେନରରେ ୬୦ରୁ ଅଧିକ ଗୋରୁ ରହିଥିବାବେଳେ ଚାଲାଣ ସମୟରେ ୩ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ସେହିପରି ଅନେକ ଗୋରୁ ଅସୁସ୍ଥ ହୋଇପଡ଼ିଥିବାରୁ ସେମାନଙ୍କର ପଶୁ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ, ଟେକି କଚାଡ଼ି ଦେଲା ହାତୀ

ପ୍ରକୃତରେ କାଞ୍ଜିପାଣି ପୋଲିସ୍ ବେଆଇନ୍ ଗୋରୁଚାଲାଣ ହେଉଥିବା ଖବର ପାଇ ଘାଟି ରାସ୍ତାରେ ଜଗି ରହିଥିଲା। ଆଉ ୩ଟି ଗୋରୁ ଗାଡିକୁ ଅଟକ ରଖିବାକୁ ଉଦ୍ୟମ କରିଥିଲା। ସେଥି ମଧ୍ୟରୁ ୨ଟି ଅଟକିଥିବାବେଳେ ଗୋଟିଏ ଟ୍ରକ୍ ଖସି ଯାଇ ଆନନ୍ଦପୁର ଅଭିମୁଖେ ପଳାଇ ଆସିଥିଲା ଯାହାକୁ ହସନପୁର ଟୋଲ ଗେଟ୍‌ ନିକଟରେ ଅଟକାଇବାରେ ସଫଳ ହୋଇଥିଲା ପୋଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.