scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ, ଟେକି କଚାଡ଼ି ଦେଲା ହାତୀ

13/11/2023 at 7:14 PM

ବଡବିଲ ୧୩।୧୧: ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ କାଳିକାପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ବସିରା ଗାଁ ନିକଟରେ ଅଘଟଣ ଘଟିଛି । ମୃତକ ବସିରା ଗାଢ଼ା ସାହିର ନାରଦ ମୁଣ୍ଡା । ସୋମବାର ଅପରାହ୍ନରେ ସେ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଗୋଟିଏ ହାତୀ ତାଙ୍କୁ ଟେକି କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବନ ବିଭାଗ ପକ୍ଷରୁ ଚମ୍ପୁଆ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ମେଡିକାଲକୁ ପଠାଇଛି ।

ସୂଚନା ଅନୁଯାୟୀ, ଗତ ୧୨ ଦିନ ହେବ ଚମ୍ପୁଆ ବ୍ଲକ କାଳିକା ପ୍ରସାଦ ରିଜର୍ଭ ଜଙ୍ଗଲରେ ୪୨ ଟିକିଆ ହାତୀପଲ ଆଡ୍ଡା ଜମାଇଛନ୍ତି । ସନ୍ଧ୍ୟା ହେଲା ମାତ୍ରେ ଆଖପାଖ ଗ୍ରାମର ଧାନବିଲ ସବୁ ଦଳିଚକଟି ନଷ୍ଟ କରୁଛନ୍ତି । ଏମିତିରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ତେବେ ସୋମବାର ହାତୀ ଆକ୍ରମଣ ଯୋଗୁଁ ନାରଦ ମୁଣ୍ଡାଙ୍କ ଆକସ୍ମିକ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହାତୀପଲଙ୍କୁ ତୁରନ୍ତ ଏ ଅଞ୍ଚଳରୁ ଘଉଡାଇବା ପାଇଁ ଦାବି ହୋଇଛି ।

You Can Read :

   Related Posts