ବଲାଙ୍ଗିରକୁ କଫ୍ ସିରପ୍ ଫ୍ରି କରିବାକୁ ପୋଲିସର ଯୋଜନା : ଧରାପଡିଲା ମାଫିଆ, ପୂର୍ବରୁ ରହିଛି ଏକାଧିକ ମାମଲା

Published By : Prameya-News7 Bureau | August 13, 2025 IST

ବଲାଙ୍ଗିର ୧୩।୮: ବଲାଙ୍ଗିର ପୋଲିସ ହାତରେ କଫ୍ ସିରପ୍ ମଫିଆ । ଦୀର୍ଘଦିନର ବ୍ୟବଧାନ ପରେ ମଫିଆକୁ ଧରିବାରେ ସଫଳ ହୋଇଛି ପୋଲିସ । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ହାଟପଦା ଛକରେ ଜଣେ ଯୁବକ କିଛି ପେଟି ଧରି ଛିଡା ହୋଇଥିବା ଖବର ପାଇଥିଲା ପୋଲିସ । ଏନେଇ ସୂତ୍ରରୁ କଫ ସିରପ୍ ଚାଲାଣ ନେଇ ଖବର ପାଇଥିବା ପୋଲିସର ସ୍ୱତନ୍ତ୍ର ଟିମ୍ ଯୁବକଙ୍କୁ ଧରିବା ପାଇଁ ପହଞ୍ଚିଥିଲା । ପୋଲିସକୁ ଦେଖି ଜଣେ ଯୁବକ ଫେରାର ମାରୁଥିବା ସମୟରେ ଧରିଥିଲା ପୋଲିସ । ଯୁବକଙ୍କ ନିକଟରୁ ୨୦ ପେଟି କଫ୍ ସିରପ୍ ଜବତ କରିଥିଲା ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ କଫ ସିରପ୍ ସହ ହାଟପଦାର ରାଜକୁମାର ଓରଫ ରାଜା ଜେନାକୁ ଗିରଫ କରିଥିଲା ଟାଉନ ପୋଲିସ । ଯୁବକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ସେପଟେ ଏହି ଘଟଣାରେ ଜଣେ ଫେରାର ମାରିଥିବା ବେଳେ ତାଙ୍କୁ ଖୋଜୁଛି ପୋଲିସ ।

You Can Read:

ମହଙ୍ଗା ପଡିଲା ବିଦେଶ ବୁଲା : ୩ କୃଷି ସେବା ସମବାୟ ସମିତିର ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.