ନୟାଗଡ଼ ମେଡିକାଲରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

Published By : Prameya-News7 Bureau | June 01, 2025 IST

ନୟାଗଡ଼ ୦୧।୦୬ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଯାହା ପରେ ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖାଯାଇଛି। 

ଖବର ଅନୁଯାୟୀ, ନୟାଗଡ଼ ବାଲୁଗାଁ ଗ୍ରାମର ସଞ୍ଜୟ କୁମାର ନାୟକଙ୍କ ପତ୍ନୀ ମମତା ସ୍ବାଇଁ ପ୍ରସବ ପାଇଁ ଶନିବାର ରାତିରେ ଡାକ୍ତରଖାନା ଆସିଥିଲେ। ତେବେ ଦୀର୍ଘ ସମୟ ଧରି ପ୍ରସବ ବେଦନାରେ ଛଟପଟ ହେବା ସତ୍ବେ ତାଙ୍କର ଚିକିତ୍ସା କରାଯାଇନଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁ ହୋଇଥିବା ଡାକ୍ତର ଅଭିଯୋଗ କରିଛନ୍ତି। ଯାହାପରେ ଡାକ୍ତରଙ୍କୁ ଗିରଫ ଦାବିରେ ଶହ ଶହ ଲୋକ ଡାକ୍ତରଖାନା ପରିସରରେ ରୁଣ୍ଡ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ନୟାଗଡ଼ ଏସଡିପିଓଙ୍କ ସମେତ ୩ ଜଣ ଇନ୍ସପେକ୍ଟର ଓ ଗୋଟିଏ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.