ବ୍ରହ୍ମପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ନକଲି ଡାକ୍ତର ସମେତ ତିନି ଜଣକୁ ଗିରଫ କଲା ପୁଲିସ

Published By : Prameya-News7 Bureau | June 24, 2025 IST

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ହଟଚମଟ ଲାଗିରହିଥିବାବେଳେ ପୁଣି ବ୍ରହ୍ମପୁରରୁ ଆସିଛି ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ନାବାଳିକା ଜଣକ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । 

ଅଭିଯୋଗ ଅନୁସାରେ, ଜୈନେକ ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ବାଜପେୟୀ ଆରୋଗ୍ୟଧାମର ମାଲିକ ଭବାନୀଙ୍କ ସଂସ୍ପର୍ଶରେ ପୀଡ଼ିତାଙ୍କ ମାଆ। ଏହାର ଫାଇଦା ନେଇ ଭବାନୀ ରଚିଥିଲେ ଷଡ଼ଯନ୍ତ୍ର। ଝିଅକୁ ପାଖରେ ରଖି ବିଏସସି ନର୍ସିଂ ପାଠପଢ଼ା ବିନା ଖର୍ଚ୍ଚରେ କରାଇଦେବାକୁ କହି ପରିବାରବର୍ଗଙ୍କ ବିଶ୍ୱାସ ଭାଜନ ହୋଇଥିଲେ। ଅଙ୍ଗନବାଡ଼ି କର୍ମୀ ଜଣକ ମଧ୍ୟ ପୀଡ଼ିତାଙ୍କ ମାଆଙ୍କୁ ଭବାନୀ ଜଣେ ଭଲ ଲୋକ ବୋଲି କହିଥିଲେ। ଏମିତିରେ ଭବାନୀଙ୍କ କଥାରେ ବିଶ୍ୱାସ କରି କୋର୍ଟପେଟା ଛକରେ ଥିବା ରାଜାରାଣୀ ଆର୍ପାଟମେଣ୍ଟର ପ୍ରଥମ ମହଲାରେ ବାଜପେୟୀ ଆରୋଗ୍ୟଧାମରେ ଛାଡ଼ିଥିଲେ ପୀଡ଼ିତାଙ୍କ ମାଆ। 

ହେଲେ ସନ୍ଧ୍ୟାରେ ସେହି ଆପାର୍ଟମେଣ୍ଟର ତୃତୀୟ ମହଲାରେ ଥିବା ୩୦୨ ନମ୍ବର ରୁମରେ ପୀଡ଼ିତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ସେଠାରୁ ଆସି ସମ୍ପର୍କୀୟ ମାଉସୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହ ପରେ ସୋମାବାର ଥାନାରେ ମାମଲା ରୁଜୁ ପରେ ପୁଲିସ ଘଟଣାର ତଦନ୍ତ କରିଥିଲା।  

ତଦନ୍ତକ୍ରମେ ପୁଲିସ ବାଜପେୟୀ ଆରୋଗ୍ୟଧାମର ମାଲିକ ଡା.ଭବାନୀ ଶଙ୍କର ଦାଶଙ୍କ ସମେତ ଦୁଇ ମହିଳାଙ୍କୁ ଗିରଫ କରିଛି। ଦୁଇଜଣ ମହିଳା ଭବାନୀଙ୍କୁ ସହଯୋଗ କରିଥିଲେ।ଜଣେ ପରିଚିତ କରାଇଥିଲେ ଏବଂ ଅନ୍ୟ ଜଣେ ପାଣି ପିଇବାକୁ ଦେଇଥିଲେ। ଆହୁରି ମଧ୍ୟ ତଦନ୍ତରୁ ଜଣାପଡ଼ିଛି ଯେ, ଭବାନୀଙ୍କ ହୋମିଓପାଥିକ ଡାକ୍ତର ସାର୍ଟିଫିକେଟ ନକଲି। ଘଟଣାରେ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.