ବ୍ରହ୍ମପୁର ୨୩।୭: ଯୁବତୀଙ୍କ ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ । ଏକ ଘରୋଇ ସ୍କୁଲରେ ଚୁକ୍ତିଭିତ୍ତିକ ସଂସ୍କୃତ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ନୂତନ ନିଯୁକ୍ତି ପରେ, ସେ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ହେଉଥିଲେ । ହଷ୍ଟେଲରେ ରହିବା ପାଇଁ ଆବଶ୍ୟକୀୟ ଜିନିଷପତ୍ର କିଣିବାକୁ ପଡିଥିଲା । ସପିଂ କରିବାରେ ବ୍ରହ୍ମପୁରର ଜନୈକ ପୁରୁଷ ବନ୍ଧୁ ସହଯୋଗ କରିଥିଲେ । ସେହି ସମୟରେ ପୁରୁଷ ବନ୍ଧୁ ଜଣଙ୍କ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଯୁବତୀ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଯୁବତୀ ଜଣଙ୍କ ପ୍ରାୟ ବର୍ଷେ ପୂର୍ବେ ଇନଷ୍ଟାଗ୍ରାମ ମାଧ୍ୟମରେ ସମ୍ପୃକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଗଢ଼ି ଉଠିଥିଲା । ନିୟମିତ ଭାବରେ ଫୋନ୍ କଲ୍ ମାଧ୍ୟମରେ ଯୋଗାଯୋଗ କରୁଥିଲେ । ୧୩ ଜୁଲାଇ ୨୦୨୫ରେ, ଜୀବନ ତାଙ୍କୁ ବ୍ରହ୍ମପୁରରେ ସପିଂରେ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ । ପୂର୍ବ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଯୋଗୁଁ ତାଙ୍କୁ ବିଶ୍ୱାସ କରି ଯୁବତୀ ଜଣଙ୍କ ତାଙ୍କ ସହ ଯାଇ ସପିଂ କରିବାକୁ ରାଜି ହୋଇଗଲେ । ଯୁବକ ଜଣଙ୍କ ତାଙ୍କୁ ଭାଟକୁମାରଡାରୁ ସ୍କୁଟିରେ ନେଇ ବ୍ରହ୍ମପୁର ବଡ଼ବଜାର ମାର୍କେଟରେ ସପିଂ କରାଇଥିଲେ । ପରେ ପୁରୁଷ ବନ୍ଧୁ ତାଙ୍କୁ ଅଶୋକ ନଗରରେ ଥିବା ମାଉସୀଙ୍କ ଘରକୁ ନେଇଯାଇଥିଲେ । ଯେଉଁଠିକୁ ସେ ପୂର୍ବରୁ ଜୁଲାଇ ୧୧ ତାରିଖରେ ତାଙ୍କୁ ନେଇ ଯାଇଥିଲେ । ଔଷଧ ଆଣିବା ବାହାନାରେ ତାଙ୍କୁ କିଛି ସମୟ ପାଇଁ ମାଉସୀ ଘରେ ଏକୁଟିଆ ଛାଡି ଦେଇଥିଲେ । ପରେ ସେ ଫେରିଆସି ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଥିବା ପୋଲିସ କହିଛି । ପୋଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
You Can Read:
ଗୋଚାଲାଣ ବେଳେ ମହିଳା ପୋଲିସକୁ ଆକ୍ରମଣ ଅଭିଯୋଗ, ଭଦ୍ରକ ପୌରପାଳିକା ୨୪ନମ୍ୱର ୱାର୍ଡ କାଉନସିଲର ଗିରଫ