୬ ଦଫା ଦାବିରେ ଚାଲିଥିଲା ଶ୍ରମିକଙ୍କ ଧାରଣା: ଚାପା ଉତ୍ତେଜନା, ଫୋର୍ସ ମୁତୟନ

Published By : Prameya-News7 Bureau | May 02, 2025 IST

ଆଠଗଡ଼ ୦୨/୦୫: ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମତ୍ସ୍ୟପୁର ବ୍ଲୁମ୍ କ୍ରାଫ୍ଟସ୍‌ କମ୍ପାନୀ ଆଗରେ ୬ ଦଫା ଦାବି ନେଇ ଶ୍ରମିକ ମାନଙ୍କର ଧାରଣା ଘଟଣ। । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ। ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପ୍ରଶାସନ ସହିତ ପୋଲିସ ଫୋର୍ସ ମୁତୟନ ।

ସୂଚନ ମୁତାବକ, ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମତ୍ସପୁର ଗାଁରେ ଥିବା ବ୍ଲୁମ କ୍ରାଫ୍ଟ ମଦ କାରଖାନା ଆଗରେ କମ୍ପାନୀର ଶ୍ରମିକ ମାନେ ଗେଟରେ ତାଲା ପକାଇଛନ୍ତି । କମ୍ପାନୀରେ ସ୍ଥାୟୀ ନିଯୁକ୍ତି ସହ ୬ ଦଫା ଦାବିନେଇ ଧାରଣାରେ ୨ ଦିନ ହେବ ଧାରଣାରେ ବସିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଦୀର୍ଘଦିନ ଧରି ଶ୍ରମିକ ମାନଙ୍କୁ ଠିକାଦାର ସଂସ୍ଥା ଅଧୀନରେ ରଖି କାମ କରାଇବା ସହ ଠିକାଦାର ପରିବର୍ତ୍ତନ କରିବା ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶ୍ରମିକ ମାନେ । 

ଏହା ସହ ସେମି ସ୍କେଲ ମଜୁରୀ ୫୨୦ ଟଙ୍କା ପ୍ରଦାନ, କମ୍ପାନୀ ଭିତରେ ମେଡିକାଲ ସୁବିଧା, ସୁରକ୍ଷା ବ୍ୟବସ୍ଥା ଭଳି ଦାବି ନେଇ କମ୍ପାନୀକୁ ବାରମ୍ବାର ଦାବି ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ଶ୍ରମିକ ଦିବସରେ ଧାରଣା ଦେଇ ବସିଲେ ଶ୍ରମିକମାନେ। ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରଯାଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କହିଥିଲେ ଆନ୍ଦୋଳନକାରୀ। 

ସେପଟେ ଆନ୍ଦୋଳନକାରୀ ମାନଙ୍କୁ କମ୍ପାନୀ ସମ୍ମୁଖରୁ ଉଠାଇବା ପ୍ରୟାସ କରୁଥିବା ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଆନ୍ଦୋଳନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପ୍ରଶାସନ ସହିତ ପୋଲିସ ଫୋର୍ସ ମୁତୟନ କରାଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.