ନୂଆଦିଲ୍ଲୀ ୦୨/୦୭: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ ଦିନିଆ ବିଦେଶ ଗସ୍ତ । ବ୍ରିକ୍ସ( BRICS) ସମ୍ମିଳନୀରେ ସାମିଲ ହେବେ ସହ ଜୁଲାଇ ୯ ତାରିଖ ମଧ୍ୟରେ ୮ ଦିନରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି । ପିଏମ ମୋଦି ଘାନା, ତ୍ରିନିଦାଦ ଓ ତୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମ୍ବିଆ ଗସ୍ତ କରିବେ। ମୋଦିଙ୍କ ଗସ୍ତ ଘାନାରୁ ଆରମ୍ଭ ହେବ । ୩୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଘାନା ଗସ୍ତ କରିବେ ମୋଦି। ଗସ୍ତ ସମୟରେ ସାମରିକ, ବାଣିଜ୍ୟକୁ ନେଇ ଦ୍ବିପାକ୍ଷାକ ଆଲୋଚନା କାର୍ଯ୍ୟକ୍ରମ ରହିଛି ।
#WATCH | Delhi: Prime Minister Narendra Modi emplanes for Ghana.
— ANI (@ANI) July 2, 2025
PM Narendra Modi embarks on a five-nation tour including Ghana, Trinidad and Tobago, Argentina, Brazil, and Namibia. PM Modi will also participate in the BRICS Summit in Brazil. pic.twitter.com/Y8qAVrflVw
ଘାନା ପିଏମଙ୍କ ସହ ମୋଦିଙ୍କ ରାତ୍ରି ଭୋଜନ ରହିଛି। ୧୫ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିବା ସମ୍ଭାବନା ରହିଛି । ବ୍ରାଜିଲରେ ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ ହେବେ ପିଏମ୍ । ସେହିଭଳି ଗତ ୨୭ ବର୍ଷରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ନାମିବ୍ୟା ଗସ୍ତ କରି ସେଠାକାର ସଂସଦକୁ ସମ୍ବୋଧିତ କରିବେ । ନାମିବ୍ୟାରେ ଭାରତର ୟୁପିଆଇ କାର୍ଯ୍ୟକାରୀ ହେବା ପାଇଁ ଏକ ଚୁକ୍ତି ହେବା ସମ୍ଭାବନା ରହିଛି ।