ନୂଆଦିଲ୍ଲୀ ୧୯/୦୩: ୯ ମାସ ପରେ ପ୍ରତ୍ୟାବର୍ତ୍ତନ । ପୃଥିବୀକୁ ଫେରିଛନ୍ତି ମହିଳା ମହାକାଶଚାରୀ ସୁନିତା ୱିଲିୟମ୍ସ । ତେବେ ପୃଥିବୀକୁ ଫେରିବା ପରେ ସବୁଠି ଖୁସିର ମାହୋଲ । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି X ରେ Crew9ଙ୍କୁ ଅଭିନନ୍ଦନ ଜଣାଇବା ସହିତ ସୁନିତା ୱିଲିୟମ୍ସଙ୍କୁ ଜଣେ ଆଇକନ୍ ବୋଲି କହି ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।
Welcome back, #Crew9! The Earth missed you.
— Narendra Modi (@narendramodi) March 19, 2025
Theirs has been a test of grit, courage and the boundless human spirit. Sunita Williams and the #Crew9 astronauts have once again shown us what perseverance truly means. Their unwavering determination in the face of the vast unknown… pic.twitter.com/FkgagekJ7C
ସୁନିତା ୱିଲିୟମ୍ସଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ମୋଦି X ରେ ଲେଖିଛନ୍ତି, ସ୍ୱାଗତମ୍ କ୍ରୁ 9 । ପୃଥିବୀ ତୁମକୁ ମନେ ପକାଇଲା । ଏହା ସେମାନଙ୍କର ଧୈର୍ଯ୍ୟ, ସାହସ ଏବଂ ବିଶାଳ ମାନବୀୟ ଆତ୍ମାର ପରୀକ୍ଷା ହୋଇଛି । ସୁନିତା ୱିଲିୟମ୍ସ ଏବଂ କ୍ରୁ 9 ମହାକାଶଚାରୀମାନେ ପୁଣି ଥରେ ଆମକୁ ପ୍ରମାଣିତ ଦେଖାଇଛନ୍ତି, ଯେ ଦୃଢ଼ତାର ପ୍ରକୃତ ଅର୍ଥ କ'ଣ । ବିଶାଳ ଅଜଣା ପରିସ୍ଥିତିର ସାମ୍ନାରେ ତାଙ୍କର ଦୃଢ଼ ସଂକଳ୍ପ ସବୁବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେବ।
ତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଯେଉଁମାନେ କାମ କରିଥିଲେ । ଆମେ ସେମାନଙ୍କ ପାଇଁ ବହୁତ ଗର୍ବିତ। ସେ ଦେଖାଇଲେ ଯେ ଯେତେବେଳେ ସଠିକ୍ ଲକ୍ଷ୍ୟ, ଆଗ୍ରହ ଥିଲେ କଣ ହେବ ।