ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା, ଜାଣନ୍ତୁ କେତେ ଚାଷୀ ହେଲେ ଉପକୃତ

Published By : Prameya-News7 Bureau | August 02, 2025 IST

ନୂଆଦିଲ୍ଲୀ: ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ ନିଧିର ୨୦ତମ କିସ୍ତି । ଅନ୍ନଦାତାଙ୍କୁ ସମ୍ମାନ-ସମୃଦ୍ଧ ରାଷ୍ଟ୍ରର ନିର୍ମାଣ ଯୋଜନାରେ ଦେଶର ୯କୋଟି ୭୦ ଲକ୍ଷ ଅନ୍ନଦାତା କୃଷକ ଉପକୃତ ହେବେ। ୨୦ହଜାର ୫ଶହ କୋଟିରୁ ଅଧିକ ରାଶି DBT ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଖାତାକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ଉତ୍ତରପ୍ରଦେଶ ବାରାଣସୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ପିଏମ୍‌ କିଷାନ ନିଧି କିସ୍ତି ପଠାଇଛନ୍ତି । ପିଏସ୍ କିଷାନ ସମ୍ମାନ ନିଧି ଅଧୀନରେ ଏବେ ସୁଦ୍ଧା ୩ଲକ୍ଷ ୭୦ ହଜାର କୋଟି ଟଙ୍କାର ସମ୍ନାନ ରାଶି ଦିଆଯାଇଛି । ଏହା ବିଶ୍ବର ସବୁଠୁ ବଡ଼ ଡାଇରେକ୍ଟ ବେନିଫିଟ ଯୋଜନା । 

ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।  ଏଥିରେ କୃଷକଙ୍କୁ ବାର୍ଷିକ ୬ହଜାର ଟଙ୍କାର ସହାୟତା ମିଳୁଛି । ଏଥିରେ ୮୫ପ୍ରତିଶତରୁ ଅଧିକ ହିତାଧିକାରୀ ହେଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ । ପିଏମ୍ କିଷାନର ୪ହିତାଧିକାରୀଙ୍କ ମଧ୍ୟରୁ ଜଣେ ମହିଳା ହିତାଧିକାରୀ।

ଆପଣ ପିଏମ୍-କିଷାନ ଯୋଜନାର ୨୦ତମ କିସ୍ତି ପାଇଛନ୍ତି କି ନାହିଁ ତାହା ଯାଞ୍ଚ କରିପାରିବେ

  • ପ୍ରଥମେ pmkisan.gov.in ୱେବସାଇଟକୁ ଯାଆନ୍ତୁ।
  • “Beneficiary Status” ବିକଳ୍ପ ବାଛନ୍ତୁ।
  • ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରବେଶ କରନ୍ତୁ।
  • “Get Data” ଉପରେ କ୍ଲିକ୍ କରନ୍ତୁ।
  • ଯଦି ସ୍କ୍ରିନରେ ପେମେଣ୍ଟ Success ଲେଖାଯାଇଛି, ତେବେ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଛି।
  • ଯଦି ଇ-କେୱାଇସି ଅସମ୍ପୂର୍ଣ୍ଣ ଅଛି, ବ୍ୟାଙ୍କ ସୂଚନା ଭୁଲ ଅଛି, କିମ୍ବା ଆଧାର ଲିଙ୍କ୍ ହୋଇନାହିଁ, ତେବେ ସ୍କ୍ରିନରେ କାରଣ ଡିସପ୍ଲେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.