କାଠିଆପଡ଼ାରେ ଛାତ୍ରୀ ପୋଡ଼ି ଘଟଣା, ବଦଳିଲେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍ଆଇ

Published By : Prameya-News7 Bureau | August 07, 2025 IST

ପଟ୍ଟାମୁଣ୍ଡାଇ ୦୭।୦୮ : ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜୀଅନ୍ତା ଜଳିଯିବା ଘଟଣା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ । ଏଏସ୍‌ଆଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସ୍‌ପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ ଏସ୍‌ପି । 

ଖବର ଅନୁଯାୟୀ, ବୁଧବାର ଦିନ କେନ୍ଦ୍ରାପଡ଼ା କାଠିଆପଡ଼ାରେ ଜଣେ ଯୁବତୀ ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିଲେ । ମୃତ ଯୁବତୀ ଜଣଙ୍କ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ଝିଅର ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ ଆଣିଥିଲେ ବାପା । ତାଙ୍କ ମତରେ , ଜଣେ ଯୁବକ ତାଙ୍କ ଝିଅଙ୍କୁ ବ୍ଲାକମେଲିଂ କରୁଥିଲା । ବାରମ୍ବାର ସେ ଝିଅର ଫଟୋ ଓ ଭିଡ଼ିଓ ଭାଇରାଲ କରିବାକୁ ଧମକ ମଧ୍ୟ ଦେଉଥିଲା । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ଝିଅ । କିନ୍ତୁ ଥାନା ଅଧିକାରୀ ଅଭିଯୋଗକୁ ରଖିନଥିଲେ । ବରଂ ଫୋନ୍‌ରେ ସେ ପୁଅର ନମ୍ବର ବ୍ଲକ କରିବାକୁ କହିଥିଲେ । ଶେଷରେ ଯୁବତୀ ଜଣଙ୍କ ବାରମ୍ବାର ବ୍ଲାକମେଲିଂର ଧମକ ପାଇଁ ଆତ୍ମହତ୍ୟା କରିବାକୁ ପଛାଇନଥିଲା । ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିଲେ । ତେବେ ଜଣେ ଥାନା ଅଧିକାରୀଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ପରେ ଆକ୍ସନକୁ ଆସିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି । ତୁରନ୍ତ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଏସ୍‌ଆଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରିଛନ୍ତି ଏସ୍‌ପି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.