ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ଯାତ୍ରୀ; ୫ ମୃତ, ଅନେକ ଆହତ

Published By : Prameya-News7 Bureau | June 09, 2025 IST

ମୁମ୍ଵାଇ ୦୯।୦୬; ମୁମ୍ବାଇ ଥାଣେ ରେଲୱେ ଷ୍ଟେସନରେ ଅଘଟଣ । ଲକ୍ଷ୍ନୌ ଯାଉଥିବା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ । ପୁଷ୍ପକ ଟ୍ରେନ୍‌ରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସକାଳ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ରେଳବାଇ ପୋଲିସ (GRP) ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା । ଏହା ପରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏନେଇ ରେଲୱେ ପ୍ରଶାସନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । 

ସୂଚନା ଅନୁସାରେ କସରା ଯାଉଥିବା ମୁମ୍ବାଇ ଟ୍ରେନର ଗାର୍ଡ କହିଛନ୍ତି ଯେ ମୁମ୍ବାଇ ଷ୍ଟେସନ ନିକଟରେ ପାଞ୍ଚ ଜଣ ଯାତ୍ରୀ ଟ୍ରେନରୁ ଖସି ପଡ଼ିଛନ୍ତି। ମୃତକମାନଙ୍କୁ ଚିହ୍ନଟ କରାଯାଉଛି। ସମସ୍ତ ମୃତକଙ୍କ ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ। ପୁଷ୍ପକ ଟ୍ରେନରେ ବହୁତ ଭିଡ଼ ଥିଲା, ଯାହା ଫଳରେ ଯାତ୍ରୀମାନେ ଦ୍ୱାର ମୁହଁରେ ଝୁଲି ଯାତ୍ରା କରୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା । 

ଏହି ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଯାତ୍ରୀମାନଙ୍କୁ ଟ୍ରେନରୁ ଟ୍ରାକ୍‌କୁ ପଡୁଥିବାର ଦେଖିବାକୁ ମିଳୁଛି। ଯାତ୍ରୀମାନଙ୍କୁ ଟ୍ରାକରୁ ଉଠାଇ ପ୍ଲାଟଫର୍ମକୁ ଅଣାଯାଇଥିଲା। ଯାହା ଫଳରେ ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.