ନୂଆଦିଲ୍ଲୀ ୦୯/୦୭: ଅପରେସନ୍ ସିନ୍ଦୂର ପରେ, ପାକିସ୍ତାନ ନୌସେନାକୁ ଘାରିଛି ଗଭୀର ସଂକଟ । ଏହାର ନୌସେନା ଯୁଦ୍ଧଜାହାଜ ପୁରୁଣା ହୋଇଯାଇଛି । ଏହାସହ କାର୍ଯ୍ୟକ୍ଷମ ବୁଡ଼ାଜାହାଜର ସଂଖ୍ୟା ବହୁତ କମ ଅଛି । ଭାରତର ବର୍ଦ୍ଧିତ ନୌସେନା ଶକ୍ତି ଭିତରେ, ପାକିସ୍ତାନ ନୌସେନା ପ୍ରବଳ ଚାପରେ ଅଛି । ରିପୋର୍ଟ ଅନୁଯାୟୀ, ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଆରବ ସାଗରରେ ପାକିସ୍ତାନ ନୌସେନାର ଉପସ୍ଥିତି ଏବେ ପ୍ରାୟ ନଗଣ୍ୟ ।
ପାକିସ୍ତାନ ନୌସେନା ଗମ୍ଭୀର ରକ୍ଷଣାବେକ୍ଷଣ ସମସ୍ୟା, ଜାହାଜ ଓ ବୁଡ଼ାଜାହାଜ ସମସ୍ୟା, ଜାହାଜ ଓ ବୁଡ଼ାଜାହାଜର ଅଭାବ ତଥା ମନୋବଳ ହ୍ରାସ ସହ ସଂଘର୍ଷ କରୁଛି । ପ୍ରାୟ ସମସ୍ତ ଯୁଦ୍ଧ ଜାହାଜ କରାଚିରେ ଅଟକି ରହିଛି। ମାତ୍ର ଦୁଇଟି ବୁଡ଼ାଜାହାଜ କାର୍ଯ୍ୟକ୍ଷମ ଥିଲେବି ଆରବ ସାଗରରେ ଭାରତ ଦବ୍ଦବା ରହିଛି ।
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ପରିସ୍ଥିତିର ମୁଖ୍ୟ କାରଣ ହେଉଛି ସୀମିତ ମରାମତି କ୍ଷମତା, ଜାହାଜଯାନ ବିଫଳତା, ନେତୃତ୍ୱ ସଙ୍କଟ । ଏହାସହ ଅପରେସନ୍ ସିନ୍ଦୂର ପରେ ସୈନିକଙ୍କ ମନୋବଳରେ ହ୍ରାସ। ଏହା ସେହି ସମାନ ଅଭିଯାନ ଥିଲା ଯେଉଁଥିରେ ଭାରତୀୟ ସଶସ୍ତ୍ର ବାହିନୀ ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା।
ସୂତ୍ର ଅନୁସାରେ, ବର୍ତ୍ତମାନ ପାକିସ୍ତାନ ନୌସେନା ପାଖରେ କେବଳ ଦୁଇଟି ସକ୍ରିୟ ବୁଡ଼ାଜାହାଜ ଅଛି। ବାକି ସମସ୍ତ ବିମାନ ଘାଟିରେ ପାର୍କିଂ କରାଯାଇଛି ଯାହାକି ନିଷ୍କ୍ରିୟ । ପରିସ୍ଥିତି ଏତେ ଗମ୍ଭୀର ଯେ ନୌସେନାରେ ତାଲିମ ସୁଯୋଗ ମଧ୍ୟ ହ୍ରାସ ପାଇଛି । କାରଣ ଅଧିକାଂଶ ଜାହାଜ ଦୀର୍ଘ ସମୟ ଧରି ମରାମତି ଅଧୀନରେ ଅଛି।
ତାଲିମ ପରେ ନୌସେନା ଏକାଡେମୀରୁ ବାହାରକୁ ଆସୁଥିବା ଯୁବ ଅଧିକାରୀମାନଙ୍କୁ ମାସ ମାସ ଧରି ମରାମତି ଅବସ୍ଥାରେ ଥିବା ଜାହାଜଗୁଡ଼ିକୁ ହସ୍ତାନ୍ତର କରାଯାଏ। ଏହା ଏକ ସମ୍ପୂର୍ଣ୍ଣ ପିଢ଼ିକୁ ପ୍ରସ୍ତୁତ କରୁଛି ଯେଉଁମାନେ ସମୁଦ୍ରରେ କାମ କରିବାର ପ୍ରକୃତ ଅଭିଜ୍ଞତା ପାଉନାହାଁନ୍ତି, ଯାହା ସେମାନଙ୍କ ଦକ୍ଷତାକୁ ପ୍ରଭାବିତ କରୁଛି।
ରିପୋର୍ଟ ଅନୁଯାୟୀ ପାକିସ୍ତାନ ନୌସେନା ଏହାର ସାମରିକ ଅଭ୍ୟାସକୁ ବାତିଲ କିମ୍ବା ସ୍ଥଗିତ ରଖିଛି। ସେହି ସମୟରେ, ଭାରତୀୟ ନୌସେନା ଏହାର ପାଟ୍ରୋଲିଂ ଏବଂ ଅଭ୍ୟାସର ପରିସର ବୃଦ୍ଧି କରିଛି ଏବଂ ପାକିସ୍ତାନ ଜଳକୁ ଏକ ଅଣପ୍ରତିଦ୍ୱନ୍ଦ୍ୱୀ କ୍ଷେତ୍ର ଭାବରେ ଦେଖୁଛି।
ପାକିସ୍ତାନୀ ନୌସେନାର ପ୍ରମୁଖ ପୃଷ୍ଠ ଯୁଦ୍ଧଜାହାଜ, ଯେପରିକି ଟାଇପ୍-୨୧ ଫ୍ରିଗେଟ୍, ଯାହା ୧୯୯୦ ଦଶକରେ ବ୍ରିଟେନର ରୟାଲ ନୌସେନାଠାରୁ ଅଧିଗ୍ରହଣ କରାଯାଇଥିଲା ।
ବର୍ତ୍ତମାନ ସେମାନଙ୍କର ସର୍ଭିସ୍ ଲାଇଫ୍ ଅତିକ୍ରମ କରିସାରିଛି। ଏଗୁଡ଼ିକୁ ବାରମ୍ବାର ଏବଂ ମହଙ୍ଗା ମରାମତି ଆବଶ୍ୟକ, କିନ୍ତୁ ନିର୍ମାତାମାନେ ଏହି ସିଷ୍ଟମଗୁଡ଼ିକ ଉତ୍ପାଦନ ବନ୍ଦ କରିଦେଇଥିବାରୁ ସେମାନଙ୍କର ସ୍ପେୟାର ପାର୍ଟସ୍ ବିରଳ ଏବଂ ମହଙ୍ଗା ହୋଇଯାଇଛି।