ପାକିସ୍ତାନ ମନ୍ତ୍ରୀଙ୍କ ବଡ଼ ଦାବି, କହିଲେ ୬ ଭାରତୀୟ ଫାଇଟର ଜେଟ୍ ଖସିଛି, ଭିଡ଼ିଓ ବି ଅଛି… ହେଲେ

Published By : Prameya-News7 Bureau | August 18, 2025 IST

ନୂଆଦିଲ୍ଲୀ ୧୮।୦୮ : ମିଛ ପରେ ମିଛ । କଥା କହିଦେବା ଟା ଭାରି ସହଜ , ହେଲେ ପ୍ରମାଣ ଦେବା ବେଳକୁ ଚୁପ୍‌ । ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ଭାରତର ଜବାବ ପରେ ସୁଧୁରୁନି ପାକିସ୍ତାନ । ବିଶ୍ୱ ମଞ୍ଚରେ ଲଗାତର ଭାବେ କହିଚାଲୁଛି କଞ୍ଚା ମିଛ । ପୂର୍ବରୁ ଅନେକ ଥର ପାକିସ୍ତାନ କୁଆଡେ ଭାରତର ୫ଟି ଫାଇଟର ଜେଟ୍ ଖସାଇଥିବା ଦାବି କରିଆସିଥିଲା । ହେଲେ ପ୍ରମାଣ ମାଗିଲା ବେଳକୁ ପାକିସ୍ତାନ ମନ୍ତ୍ରୀ କହୁଛନ୍ତି ସୋସିଆଲ୍ ମିଡିଆରେ ଅଛି । ଏସବୁ ତ ପୁରୁଣା କଥା । ସଜସଜ ଆଉ ଏକ ପୁରୁଣା କଥା ନୂଆ ରଙ୍ଗ ନେଇ ଡାହା ମିଛ କହୁଛନ୍ତି ପାକିସ୍ତାନର ମନ୍ତ୍ରୀ । ଏମିତିକି ଭିଡ଼ିଓ ବି ମଗାଯାଇଥିଲେ । ଯାହାପରେ ମନ୍ତ୍ରୀ ମହାଶୟଙ୍କ ପାଟି ଚୁପ୍‌ । 

ପାକିସ୍ତାନର ଗୃହ ମନ୍ତ୍ରୀ ମହସିନ୍‌ ନକଭୀ ଏକ ସେମିନାରରେ ଭାରତକୁ ପୁଣି ଥରେ ଧମକ ଦେଇଥିଲେ । ଯେଉଁଥିରେ ସେ ଅପରେସନ ସିନ୍ଦୁର ସମୟରେ ଭାରତର ୬ ଫାଇଟର ଜେଟ୍‌କୁ ମାରିକି ଖସାଇଥିବା କଥା କହିଥିଲେ । ଏପିରିକି ଏହାର ଭିଡ଼ିଓ ଥିବାର ଦାବି ମଧ୍ୟ କରିଥିଲେ। ହେଲେ ସେମିନାରେ ଭିଡ଼ିଓକୁ ଚର୍ଚ୍ଚା-ଆଲୋଚନା ହେବା ପରେ ଚୁପ୍‌ ହୋଇଯାଇଥିଲେ ମନ୍ତ୍ରୀ । ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ-ପାକିସ୍ତାନ ବିବାଦ ସମୟରେ ଶତ୍ରୁ ଦେଶ କଣ କରିବ, ତାର ପୁରା ତଥ୍ୟ ଆମ ପାଖରେ ଥିଲା । ଯେମିତିକି କେଉଁ ଫାଇଟ୍‌ର ଜେଟ୍‌ର ବ୍ୟବାହର କରିବ ଭାରତ, କେଉଁ ରାସ୍ତା ଦେଇ ଆସିବେ । କେଉଁ କେଉଁ ଅସ୍ତ୍ର ବ୍ୟବହାର କରିବ, ତାର ପୁରା ତଥ୍ୟ ଥିଲା । ମନ୍ତ୍ରୀ ମହାଶୟ ଏତିକିରେ ଅଟକି ଯାଇନଥିଲେ, ଆଗକୁ ମଧ୍ୟ କହିଥିଲେ ଯେ, ଭାରତ ଟାର୍ଗେଟ କରିଥିବା ସାତୋଟି ଏୟାରବେସ୍‌ରେ ପାକିସ୍ତାନର କୌଣସି ମହତ୍ୱପୂର୍ଣ୍ଣ ସଂପତ୍ତି ନଷ୍ଟ ହୋଇନାହିଁ ।   

ତେବେ ପାକିସ୍ତାନର ଏପରି ଦାବି କିଛି ନୂଆ ନୂହଁ । ପୂର୍ବରୁ ମଧ୍ୟ ପାକିସ୍ତାନର ଅନେକ ମନ୍ତ୍ରୀ ଏବଂ ସେନା ଅଫିସର ଭାରତୀୟ ଫାଇଟର ଜେଟ୍‌ ଖସାଇଥିବା ନେଇ ଦାବି କରିସାରିଛନ୍ତି । ହେଲେ ଭାରତୀୟ ସରକାର ଏବଂ ସେନା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । ତାପରେ ବି ସୁଧୁରୁନି ପାକିସ୍ତାନ। ଦିନ ବିତିବା ସହ ପାକିସ୍ତାନର ମିଛ ବଢିବାରେ ଲାଗିଛି । ଏପିରିକି କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଥିଲେ , ଯେଉଁଥିରେ ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ ୫ଟି ଫାଇଟର ଜେଟ୍‌ ଖସିଥିଲା ବୋଲି କହିଥିଲେ । ହେଲେ କେଉଁ ଦେଶର ଫାଇଟର ଜେଟ୍‌ ବୋଲି ସ୍ପଷ୍ଟ କରିନଥିଲେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.