ବ୍ରହ୍ମପୁତ୍ରର ଜଳକୁ ସତରେ କଣ ରୋକି ପାରିବ ଚୀନ , ପାକିସ୍ତାନର ଦାମ୍ଭିକ କଥାରେ କେତେ ରହିଛି ଦମ୍ ?

Published By : Prameya-News7 Bureau | June 03, 2025 IST

ନୂଆଦିଲ୍ଲୀ : ଚୀନର ଦମ୍‌ରେ ଭାରତକୁ ଆଖି ଦେଖାଉ ଥିବା ପାକିସ୍ତାନକୁ ‘ଅପରସନ ସିନ୍ଦୂର’ ପରେ ନିଜର କ୍ରୋଧକୁ ଲୁଚାଇବାକୁ ମଧ୍ୟ ଉପାୟ ଖୋଜିବାକୁ ପଡ଼ୁଛି। ପହଲଗାମ ଆତଙ୍କୀ ହମଲା ପରେ ଭାରତ ବଡ଼ ରଣନୀତିକ ପଦକ୍ଷେପ ନେଇ ସିନ୍ଧୁ ଜଳ ସନ୍ଧିକୁ ବାତିଲ କରିବାକୁ ଘୋଷଣା କରି ଦେଇ ଥିଲା। ଏହାପର ଠାରୁ ପାକିସ୍ତାନ ବିଚଳିତ ହୋଇ ଯାଇଛି ଏବଂ ଓଲଟା ସିଧା ବୟାନବାଜି କରୁଛି। ପାକିସ୍ତାନୀ ପିଏମ୍‌ ଶହବାଜ ସରିଫ୍‌ଙ୍କ ପରାମର୍ଶଦାତା ରାଣା ଏହସାନ୍‌ ଅଫଜଲ ଏମିତି କହିଦେଲେ ଯେ, ଯଦି ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ସନ୍ଧିକୁ ରଦ୍ଦ କରିଦିଏ ତ , ଚୀନ ମଧ୍ୟ ବ୍ରହ୍ମପୁତ୍ରର ପାଣି ଭାରତକୁ ଆସିବାରେ ରୋକି ପାରେ। ରାଣାଙ୍କର ଏହା ଟିପ୍ପଣୀ ଏହା ସାବ୍ୟସ୍ତ କରୁଛି ଯେ , ତାଙ୍କ ପାଖରେ ସଠିକ୍‌ ଭୌଗୋଳିକ ଜ୍ଞାନ ନାହିଁ। ଆସାମର ସିଏମ୍‌ ହେମନ୍ତ ଶର୍ମା କହିଛନ୍ତି , ବ୍ରହ୍ମପୁତ୍ରର ପ୍ରବାହ ଭାରତ ଆଡ଼କୁ ବଢିଥାଏ , କମି ନଥାଏ। ଆଉ ଏଥିରେ ଚୀନ ନଦୀର ସବୁ ଜଳ କେମିତି ରୋକି ପାରିବ।

ଜିୟୋ ନ୍ୟୁଜ୍‌ରେ ଏହସାନ ଅଫଜଲ ରାଣା କହିଛନ୍ତି , ଯଦି ଭାରତ ସିନ୍ଧୁ ଜଳ ସନ୍ଧିକୁ ବାତିଲ କରିପାରେ ତ ଚୀନ ମଧ୍ୟ ବ୍ରହ୍ମପୁତ୍ରର ଜଳକୁ ରୋକି ପାରେ। ହେଲେ ଯଦି ଏମିତି ହୁଏ ତ ପୂରା ଦୁନିଆରେ ଯୁଦ୍ଧ ଲାଗି ପାରେ। ଏବେ ପ୍ରଶ୍ନ ଉଠୁଛି କି , ପାକିସ୍ତାନର ଏହି କଥାର କୌଣସି ଦମ୍‌ ଅଛି ନା ନାହିଁ। ଯଦି ଆମେ ଏହାକୁ ବୈଷୟିକ ଓ ଭୌଗୋଳିକ ଦୃଷ୍ଟିରୁ ଦେଖିବା ତ ଚୀନ ସଂପୂର୍ଣ୍ଣ ରୂପେ ବ୍ରହ୍ମପୁତ୍ରର ପ୍ରବାହକୁ ରୋକି ପାରିବ ନାହିଁ।

ବିଶେଷଜ୍ଞଙ୍କ ମୁତାବିକ ,ବ୍ରହ୍ମପୁତ୍ର ରିଭର ବେସିନରୁ ୨୨ରୁ ୩୦ ପ୍ରତିଶତ ଭାଗ ଚୀନରେ ଅଛି। ସେଠାରେ ୨୧ ପ୍ରତିଶତ ଜଳ ଚୀନରୁ ଆସିଥାଏ। ଏହି ଜଳ ତିବ୍ଦତୀୟ ଜଳର ଉତ୍ସ, ପର୍ବତ ଉପରେ ବର୍ଷା ଏବଂ ତୁଷାରପାତରୁ ନଦୀକୁ ଆସେ। ଭୁଟାନ ଏକ ଛୋଟ ଦେଶ ହୋଇପାରେ, କିନ୍ତୁ ବ୍ରହ୍ମପୁତ୍ର ନଦୀରେ ଏହାର ଜଳର ଯୋଗଦାନ ଚୀନ ସହ ସମାନ। ପାଖାପାଖି ୨୧ ପ୍ରତିଶତ। ନଦୀର କେବଳ ୭ ପ୍ରତିଶତ ଭାଗ ହିଁ ଭୁଟାନରେ ପଡ଼ିଥାଏ। ସେପଟେ ଭାରତରେ ଏହି ୩୪ ପ୍ରତିଶତର ପାଖାପାଖି। ସେପଟେ ବ୍ରହ୍ମପୁତ୍ରରେ ସବୁଠୁ ଅଧିକ ଜଳ ଭାରତର। ଭାରତର ଯୋଗଦାନ ପାଖାପାଖି ୩୯ ପ୍ରତିଶତ।

ଭାରତରେ ପ୍ରବେଶ କରିବା ପୂର୍ବରୁ ବ୍ରହ୍ମପୁତ୍ରରେ କେବଳ ୧୪ ପ୍ରତିଶତ ଜଳ ହିଁ  ରହିଥାଏ। ଅବଶିଷ୍ଟ ଜଳ ଭାରତର ମୌସୁମୀ ବର୍ଷା କାରଣରୁ ବଢିଯାଏ। ଏଥିରେ ବ୍ରହ୍ମପୁତ୍ର ନଦୀର ଚୀନର ଜଳ ପୂର୍ବାପେକ୍ଷା ହିଁ ବହୁତ କମ୍‌। ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ତଥ୍ୟ ରଖି ଏହି କଥା କହିଥିଲେ। ସେ କହିଥିଲେ,  ମୌସୁମୀ ସମୟରେ ଭାରତ ଚୀନ ସୀମାରେ ଜଳ ଭାରତ ତୁଳନାରେ ୭ଗୁଣ ଯାଏ କମ୍‌ ରହିଥାଏ।

ଚୀନ୍‌ ତିବ୍ଦତରେ ଦୁନିଆର ସବୁଠୁ ବଡ଼ ହାଇଡ୍ରୋଇଲେକ୍ଟ୍ରିକ୍‌ ଡ୍ୟାମ୍‌ ମଧ୍ୟ ନିର୍ମାଣ କରିବାକୁ ଚାହୁଁଛି। ଏଥିରେ ସେ ନଦୀର ଜଳ ସୁଡ଼ଙ୍ଗ ଆଡ଼କୁ ଡାଇଭର୍ଟ କରିବ। ମୌସୁମୀ ବ୍ୟତୀତ ଅନ୍ୟ ସମୟରେ ଏହା ଭାରତ ପାଇଁ ଚିନ୍ତାର ବିଷୟ ନିଶ୍ଚୟ। କାରଣ ବ୍ରହ୍ମପୁତ୍ର ନଦୀର ପ୍ରବାହ କମି ଯିବ। ଚୀନର ଏହି ପଦକ୍ଷେପରେ ଭୁଟାନରେ ମଧ୍ୟ ପାଣିର ହ୍ରାସ ଘଟିବ। ଚୀନ ଯେଉଁଠି ଏହି ଡ୍ୟାମ୍‌ ନିର୍ମାଣ କରିବାକୁ ଚାହୁଁଛି, ତାହା ଭୂକମ୍ପ ସମ୍ଭାବିତ ଅଞ୍ଚଳର। ଏହି ସୂତ୍ରରେ ଏହା ମଧ୍ୟ ବିପଜ୍ଜନକ। ଏଥିରେ ଚୀନକୁ ହିଁ ଅଧିକ ବିପଦ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.